26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଚିଡିଆଖାନାରେ ବାଘ ପିଞ୍ଜରାକୁ ଡେଇଁ ପଡିଲେ ବ୍ୟକ୍ତି, ତା’ପରେ କ’ଣ ହେଲା ଜାଣନ୍ତୁ....

ଚିଡିଆଖାନାରେ ବାଘ ପିଞ୍ଜରାକୁ ଡେଇଁ ପଡିଲେ ବ୍ୟକ୍ତି, ତା’ପରେ କ’ଣ ହେଲା ଜାଣନ୍ତୁ….

ପଞ୍ଜାବ : ଚିଡିଆଖାନାରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଦୁର୍ଲଭ ପ୍ରଜାତିର କୀଟ ପତଙ୍ଗ, ସରୀସୃପ ମଧ୍ୟ ଦେଖିବାକୁ ପାଇଥିବେ । ଚିଡିଆଖାନାରେ ପର୍ଯ୍ୟଟକଙ୍କୁ ଜୀବଜନ୍ତୁଙ୍କ ଜନ୍ତା ନିକଟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ । କୌଣସି ବାହାର ଖାଦ୍ୟ ପଶୁପକ୍ଷୀଙ୍କୁ ନ ଦେବା ସହ ଦୂରରେ ରହି ସେମାନଙ୍କ କାର୍ଯ୍ୟକଳାପ ଲକ୍ଷ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ । ହେଲେ ନିକଟରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ପାକିସ୍ତାନର ବହାବଲପୁରରେ ଥିବା ଶେରବାଗ ଚିଡିଆଖାନାର ଏକ ଛାତିଥରା ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚିଡିଆଖାନାର କର୍ମଚାରୀ ବାଘର ପିଞ୍ଜରାରେ ଜଣେ ବ୍ୟକ୍ତିଙ୍କର ଅଧା ଖିଆ ମୃତ ଶରୀର ଠାବ କରିଛନ୍ତି ।

ଅନୁମାନ କରାଯାଉଛି କି, ବ୍ୟକ୍ତିଜଣକ ବାଘର ପିଞ୍ଜରା ଭିତରକୁ ଚାଲିଯାଇଥିଲେ । ଯେଉଁଠି ବାଘ ତାଙ୍କୁ ଆକ୍ରମଣ କରିଛି । ବନ୍ୟଜୀବ ବିଭାଗର ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ କହିଛନ୍ତି, ଏବେ ପୋଷ୍ଟମର୍ଟମ ରିପୋର୍ଟ ଜାରି କରାଯାଇ ନାହିଁ । କିନ୍ତୁ ସଦ୍ୟ ସ୍ଥିତିରୁ ଜଣାପଡିଛି କି, ବ୍ୟକ୍ତି ଜଣକ ଜୀବିତ ଥିବାବସ୍ଥାରେ ବାଘ ଆକ୍ରମଣ କରିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଘଟଣା ହେଉଛି ବାଘ ପିଞ୍ଜରାରୁ ବାହାରକୁ ଯାଇ ଆକ୍ରମଣ କରିନାହିଁ । ତେବେ ବ୍ୟକ୍ତି ପିଞ୍ଜରା ଭିତରକୁ ଆସିଥିବା ଅନୁମାନ କରାଯାଉଛି । କିନ୍ତୁ ମାମଲାର ତଦନ୍ତ ହେବା ପୂର୍ବରୁ ଚିଡିଆଖାନା କର୍ତ୍ତୁପକ୍ଷ ମୃତ ବ୍ୟକ୍ତିଙ୍କୁ ପାଗଳ ବୋଲି କହିଛନ୍ତି । ଘଟଣା ପରେ ଚିଡିଆଖାନାକୁ ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking