28.1 C
Bhubaneswar
Thursday, June 26, 2025
Homeଦେଶ ବିଦେଶଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ

ନୂଆଦିଲ୍ଲୀ: ଦୁନିଆରେ ଭିନ୍ନ ଭିନ୍ନ ପରମ୍ପରାର ବିହାଘର ବିଷୟରେ ତ ଆପଣ ଶୁଣିଥିବେ ନିଶ୍ଚୟ । କିଏ ନିଜକୁ ବିବାହ କରୁଛି ତ ଆଉ କେଉଁଠି ମୃତଦେହ ସହ ମୃତଦେହର ବିବାହ ହୋଇଥାଏ ସେହିପରି ଆଉ କେତେକ ସ୍ଥାନରେ ମଣିଷ ସହ ଗଛର ବିବାହ କଥା ତ ଆପଣ ସମସ୍ତେ ଶୁଣିଥିବେ ନିଶ୍ଚୟ ।

କିନ୍ତୁ ନିକଟରେ ଓଡ଼ିଶାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ଏଠାରେ ଗୋଟିଏ ପରିବାର ନିଜ ପୁଅର ବାହାଘର ମହିଳା କୁକୁର ସହ କରିଥିବା ବେଳେ ପୁରୁଷ କୁକୁର ସହ ନିଜ ଝିଅକୁ ବାହା ଦେଇଛନ୍ତି । ତେବେ ମଣିଷ ଓ କୁକୁରଙ୍କ ମଧ୍ୟରେ ହୋଇଥିବା ଏହି ବିବାହ କୌଣସି ଫିଲ୍ମରେ ନୁହେଁ ବରଂ ବାସ୍ତବ ଜୀବନରେ ହୋଇଛି । କାନକୁ ଅଜବ ଲାଗୁଥିବା ଏହି ଘଟଣାଟି କିନ୍ତୁ ସତ ଅଟେ ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ବାଲେଶ୍ବର ଜିଲ୍ଲାର ଏକ ଆଦିବାସୀ ଗାଁରେ ଏପରି ଗୋଟିଏ ନୁହେଁ ଦୁଇ ଦୁଇଟି ବିବାହ ହୋଇଛି । ଏହା ପଛରେ ରହିଛି ଅନ୍ଧବିଶ୍ୱାସ ଚେର । ସୋରୋ ବ୍ଲକ ବାନ୍ଦଶାହୀ ଗାଁର ମାଚୁଆ ସିଂ ଓ ମାନସ ସିଂ ‘ହୋ’ ଜନଜାତିର ଅଟନ୍ତି । ମଚୁଆ ସିଂ ତାଙ୍କ ୧୧ ବର୍ଷ ପୁଅ ତପନ ସିଂ ଲାଗି କନ୍ୟା ଭାବରେ ଏକ କୁକୁର ଠିକ୍ କରିଥିଲେ । ସେହିପରି ମାନସ ସିଂ ତାଙ୍କ ୭ ବର୍ଷର ଝିଅ ଲାଗି ବର ଭାବରେ ଏକ କୁକୁର ଠିକ୍ କରିଥିଲେ । ପ୍ରକାଶଥାଉ କି, ଉଭୟ ପିଲାଙ୍କର ପ୍ରଥମ ଦାନ୍ତ ଉଠିବା ପରେ ତାହା ଫୁଲିଥିଲା । ଦାନ୍ତ ଫୁଲିବାକୁ ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ ଅଶୁଭ ବୋଲି ମାନିଥାଆନ୍ତି ।

ଏହାଦ୍ବାରା ପିଲାଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି ସେ ଭାବନ୍ତି। ଏହି କାରଣରୁ ପ୍ରତିକାର ସୂରୁପ ସେମାନେ ନିଜ ପିଲାଙ୍କ ଲାଗି କୁକୁର ଖୋଜିବା ଆରମ୍ଭ କରିଥିଲେ । ପରେ ସେମାନେ ନିଜ ନିଜ ପିଲାଙ୍କ ପାଇଁ ଖୋଜା ଯାଇଥିବା ଦୁଇ ମାଈ ଓ ଅଣ୍ତିରା କୁକୁରଙ୍କ ସହ ନିଜ ପୁଅ ଓ ଝିଅର ବିବାହ କରିଥିଲେ । ତେବେ ଏନେଇ ସାଗର ସିଂ କହିଛନ୍ତି ଯେ, ଉଭୟ ବିବାହ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିଲା ।

ଏହି ବିବାହ ଲାଗି ଏକ ବଡ଼ ଭୋଜିର ମଧ୍ଯ ଆୟୋଜନ କରାଯାଇଥିଲା । ସେ ଆଉ ମଧ୍ଯ କହିଛନ୍ତି, ହୋ ସମ୍ପ୍ରଦାୟର ଲୋକେ ବିଶ୍ବାସ କରନ୍ତି ଯେ, ବିବାହ ପରେ ମନ୍ଦ ଆତ୍ମା କୁକୁରମାନଙ୍କ ଶରୀରରେ ପ୍ରବେଶ କରିଥାଏ । ଏଥିରେ କୌଣସି ବୌଜ୍ଞାନିକ ସତ୍ୟତା ନାହିଁ । କିନ୍ତୁ ଏହି ସମ୍ପ୍ରଦାୟର ଲୋକେ ପିଢି ପରେ ପିଢି ଏହି ଅନ୍ଧବିଶ୍ୱାସ ପରମ୍ପରାର ପାଳନ କରିଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking