କୋଲକାତା: ଚଳିତମାସ ୬ରେ ନୂଆଦିଲ୍ଲୀରେ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟର ପରବର୍ତ୍ତୀ ବୈଠକ ଆୟୋଜିତ ହେବାକୁ ଯାଉଛି । ତେବେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ରବିବାର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହେବାପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ବୈଠକ ଦିଲ୍ଲୀରେ ଆୟୋଜିତ ହେବ ବୋଲି ଘୋଷଣା କରିଥିଲେ ।
ଏହି ବୈଠକ ଆୟୋଜନ ସମ୍ପର୍କରେ ଆଗୁଆ ସୂଚୀତ କରାଯାଇନଥିବାରୁ ଯୋଗଦେବା ଅସମ୍ଭବ ବୋଲି ମମତା କହିଛନ୍ତି । ସୂଚନାଯୋଗ୍ୟ ନର୍ଥ ବେଙ୍ଗଲରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମମତା ଯୋଗଦେଉଥିବାରୁ ଇଣ୍ଡିଆ ବୈଠକରେ ଅନୁପସ୍ଥିତ ରହିବେ ବୋଲି କାରଣ ଦର୍ଶାଇଛନ୍ତି ।