24.1 C
Bhubaneswar
Friday, January 10, 2025
Homeଅପରାଧସାଢ଼େ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ସାଢ଼େ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ: କଟକ ସଦରଥାନା ଅନ୍ତର୍ଗତ ଅନ୍ଧୋଟି ଗ୍ରାମରେ ୬ ବର୍ଷ ତଳେ ଘଟିଥିବା ସାଢ଼େ ଚାରି ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଚାରପତି ଅଶୋକ କୁମାର ପହି ଦୋଷୀ ରତିକାନ୍ତ ଦାସ ଓରଫ କାଳିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ଦେବାପାଇଁ ମଧ୍ୟ କୋର୍ଟ ରାୟରେ ପ୍ରକାଶ କରିଛନ୍ତି । ଜରିମାନା ନଦେଲେ ଅନାଦେୟ ୬ ମାସ ଜେଲ ଦଣ୍ଡାଦେଶ ପାଇଁ ବିଚାରପତି ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । କୋର୍ଟ ୨୦ ଜଣ ସାକ୍ଷୀ ଓ ୨୬ ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି ।

ଏହ ବ୍ୟତୀତ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲା ବେଳେ ଏହି ଅର୍ଥରାଶକୁି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦେବାର ବ୍ୟବସ୍ଥା କରାଇବେ । କ୍ଷତିପୂରଣ ଅର୍ଥରୁ ୪ ଲକ୍ଷ ଟଙ୍କା ପୀଡିତାଙ୍କ ନାମରେ ୬ ବର୍ଷ ପାଇଁ ଏକ ଜାତୀୟକରଣ ବ୍ୟାଙ୍କ୍‌ରେ ଫିକ୍ସ ଡିପୋଜିଟ କରାଯିବ ଏବଂ ଅବଶିଷ୍ଟ ୩ ଲକ୍ଷ ଟଙ୍କା ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ନଗଦ ଅକାରରେ ପ୍ରଦାନ କରାଯିବ ବୋଲି ଅଦାଲତ ତାଙ୍କ ରାୟରେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ୨୦୧୬ ମସିହା ଅଗଷ୍ଟ ୨୮ ତାରିଖରେ ନାବାଳିକା ଘରୁ କେଉଁଆଡେ ଯାଉଥିବା ସମୟରେ ଅଭିଯୁକ୍ତକୁ ତାକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୁଲିସ ଏତଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାକୁ ସରାକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking