28.1 C
Bhubaneswar
Sunday, September 8, 2024
Homeଓଡିଶାମାଟ୍ରିକ ପରୀକ୍ଷାରେ ତ୍ରୁଟି: ବଦଳିଲେ ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ

ମାଟ୍ରିକ ପରୀକ୍ଷାରେ ତ୍ରୁଟି: ବଦଳିଲେ ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ

କେନ୍ଦୁଝର : ଗତକାଲି ମାଟ୍ରିକ ପରୀକ୍ଷାର୍ଥୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିଭ୍ରାଟ ଓ ତ୍ରୁଟି ସାମନାକୁ ଆସିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ସହାୟତା ନିଆଯାଇ ଥିବାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି। ମାଟ୍ରିକ ପରୀକ୍ଷାରେ ତ୍ରୁଟି ପାଇଁ କେନ୍ଦୁଝର ଜିଲ୍ଲା ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି ହୋଇଥିବା ବେଳେ ହାଟଡିହି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିସ୍ ହୋଇଛି । ସେହିପରି କେନ୍ଦୁଝରରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗର ତଦନ୍ତ ଚାଲିଛି । ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲାଯାଇଥିଲା । ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ୟ୍ୟାଳୟରେ ପ୍ରଶ୍ନପତ୍ର ଖୋଲାଯାଇଥିବା ଘଟଣାକୁ ରେକର୍ଡ କରି ଦେଇଥିଲା ଏଆଇ । ସେଠାରେ ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ରଗୁଡିକୁ ଲୁହା ବାକ୍ସରେ ରଖାଯାଇଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ୟ୍ୟନ୍ତ ପ୍ୟାକେଟ ଗୁଡିକ ବାହାରେ ରହିଥିଲା। ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ଆପତ୍ତିଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି। ନବରଂଗପୁର ଡାବୁଗାଁ ସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking