30.1 C
Bhubaneswar
Saturday, May 4, 2024
Homeଓଡିଶାପ୍ରବାସୀ ଶ୍ରମିକ ଆସି ମାଲକାନଗିରିରେ ହଟହଟା

ପ୍ରବାସୀ ଶ୍ରମିକ ଆସି ମାଲକାନଗିରିରେ ହଟହଟା

ମାଲକାନଗିର : ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କାମଧନ୍ଦା ଅଭାବରୁ ପ୍ରବାସୀମାନେ ପୁଣି ନିଜ ନିଜର ଘରକୁ ଫେରିବା ଆରମ୍ଭ କରିଛନ୍ତି । ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ଲଗାଯାଇଥିବା ବେଳେ ଏହି ପ୍ରବାସୀ ଶ୍ରମିକମାନେ ମାଲକାନଗିରି ଜିଲ୍ଲାରେ ହଟ୍ଟହଟ୍ଟା ହେଉଥିବା ପରିଲକ୍ଷିତ ହୋଇଛି । ଜିଲ୍ଲାର ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ୍ ଦେଇ ଶହ ଶହ ପ୍ରବାସୀ ଶ୍ରମିକ ବର୍ତ୍ତମାନ ଘରକୁ ଫେରୁଥିବା ଦେଖାଯାଇଛି । ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ଥିବାରୁ ବାହାର ରାଜ୍ୟରୁ କୌଣସି ବସ୍‌କୁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଦିଆଯାଉନାହିଁ । ବର୍ତ୍ତମାନ ପ୍ରବାସୀମାନେ ମୋଟୁ ସୀମାନ୍ତ ଯାଞ୍ଚ ପଏଣ୍ଟ୍ ଦେଇ ଫେରୁଥିବା ବେଳେ ବସ କର୍ମଚାରୀମାନେ ପ୍ରବାସୀଙ୍କୁ ନିଜ ଜିଲ୍ଲା କିମ୍ବା ଗ୍ରାମରେ ଛାଡ଼ି ଦେବୁ କହି ମୋଟା ଅଙ୍କର ଅର୍ଥ ଲୁଟ କରୁଥିବା ଅଭିଯୋଗ ହୋଇଛି । ପ୍ରବାସୀମାନେ ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରବାସୀମାନଙ୍କୁ ନିଜ ଗ୍ରାମରେ ଛାଡ଼ି ଦେବା କହି ଅଧିକ ଅର୍ଥ ନେବା ସହ ମୋଟୁଠାରେ ଛାଡି ଚାଲି ଯାଉଛନ୍ତି । ଏଥିପାଇଁ ଜଣଙ୍କ ପିଛା ୨୪ ଶହ ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଲୁଟ କରାଯାଉଛି । ଯାହା ଫଳରେ ପ୍ରବାସୀ ଶ୍ରମିକମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏଥିସହ କୌଣସି ଭାବେ ମୋଟୁରୁ ମାଲକାନଗିରି ଆସିବା ପରେ ମାଲକାନଗିରି ବସ୍‌ଷ୍ଟାଣ୍ଡଠାରେ ବସ୍‌ର ଅଭାବ ଥିବାରୁ ନିଜ ଗ୍ରାମକୁ ଯାଇ ନ ପାରି ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking