37.1 C
Bhubaneswar
Friday, May 17, 2024
Homeଓଡିଶା୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କଲେ ମାଲକାନଗିରି ଜିଲ୍ଲାପାଳ

୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ୍ କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି : ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ସୁପାରିସ୍ କ୍ରମେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ଟେଣ୍ଡରକୁ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ବାତିଲ୍ କରିଛି। ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ୍ କ୍ରମେ ଏପରି କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ତତ୍କାଳୀନ ଜିଲ୍ଲାପାଳ ଯଦୁଲା ବିଜୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ଭିଜି ଗ୍ରାନାଇଟର ମାଲିକ ବେନୁଗୋପାଲ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଏଥିମଧ୍ୟରୁ ୭ଟି ଖଣି ପାଇଥିଲେ। ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। ଏହାପରେ ତଦନ୍ତ କରାଯାଇ ବେନୁଗୋପଲ ଦାଖଲ କରିଥିବା ସଲଭେନ୍ସି ସାର୍ଟିଫିକେଟକୁ ମଧ୍ୟ ବାତିଲ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା। ମାଲକାନଗିରିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଜିଲ୍ଲାପାଳ ବିଶାଳ ସିଂ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ନେଇ ଜଣାପଡ଼ିଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking