20.1 C
Bhubaneswar
Tuesday, November 19, 2024
Homeଓଡିଶା  ରାସନ କାର୍ଡରେ ଆଧାର କାର୍ଡ ଲିଙ୍କ ନ' ଥିବାରୁ ହିତାଧିକାରୀ ମାନେ ସରକାରୀ ସୁବିଧାରୁ...

  ରାସନ କାର୍ଡରେ ଆଧାର କାର୍ଡ ଲିଙ୍କ ନ' ଥିବାରୁ ହିତାଧିକାରୀ ମାନେ ସରକାରୀ ସୁବିଧାରୁ ବଞ୍ଚିତ 

 ମାଲକାନଗିରି(ପ୍ରଭାତ ସାହା) :  ଦିନକୁ ଦିନ ଏହି କୋରାନାର  ଲକ୍ଷଣ ଦେଶରେ  ଅଧିକରୁ ଅଧିକ ବ୍ୟାପିବାରେ  ଲାଗିଛି l ଏହି ମହାମାରୀରେ ଯେପରି ଦେଶବାସୀ ଅଧିକ  ପୀଡିତନ’ ହୁଅନ୍ତୁ ସେଥିପାଇଁ ସରକାର  ଦେଶକୁ ଲକ ଡାଉନ ଘୋଷଣା କରିଥିଲେ l ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କ ସୁବିଧା ପାଇଁ  ପ୍ରତ୍ୟେକ ପରିବାରକୁ  ଚାଉଳ, ଡାଲି, ଗ୍ୟାସ ଆଦି ସାମଗ୍ରୀ ମାଗଣାରେ ଦେବେ ବୋଲି ଘୋଷଣା କରିଥିଲେ l ମାତ୍ର ସରକାରଙ୍କର ଏହି ଘୋଷଣା ସଠିକ ଭାବରେ କାର୍ଯ୍ୟକାରି ହେଇପାରୁ ନାହିଁ l ଏପରି ହେବାର କାରଣ ହିତାଧିକାରୀଙ୍କ ରାସନ କାର୍ଡରେ ତାଙ୍କର ଆଧାର କାର୍ଡ ଲିଙ୍କ ହେଇନାହିଁ lଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଭୁବନପଲ୍ଲୀ ପଞ୍ଚାୟତର  ଏମଭି – 96 ଗ୍ରାମରେ l ଲୋକଙ୍କ କହିବା ଅନୁସାରେ ତାଙ୍କ ଗ୍ରାମର ଅଧା ଲୋକଙ୍କର ରାସନ କାର୍ଡରେ ଆଧାର କାର୍ଡ ଲିଙ୍କ ଅଛି ମାତ୍ର ଅନ୍ୟ ଅଧା ଲୋକଙ୍କ ଆଧାର କାର୍ଡ ଲିଙ୍କ ହେଇନାହିଁ l ପଞ୍ଚାୟତର ସେଲସମେନଙ୍କ ଅନୁସାରେ ପ୍ରତ୍ୟେକ ଗ୍ରାମର ପ୍ରାୟ  ଅଧା ଲୋକଙ୍କ ଆଧାର କାର୍ଡ ଲିଙ୍କ ହେଇନାହିଁ l ଏକ ଆନୁମାନିକ ହିସାବରେ ଭୁବନପଲ୍ଲୀ ପଞ୍ଚାୟତରେ ପାଖାପାଖୀ 780 ଲୋକଙ୍କ ଆଧାର କାର୍ଡ ଲିଙ୍କ ତାଙ୍କ ରାସନ କାର୍ଡରେ ହେଇନାହିଁ ବୋଲି କହିଛନ୍ତି  l ଆଉ ଆଉ ଗାଁ ଲୋକ କହିଛନ୍ତି ଯେଉଁ ପ୍ରାଯନ୍ତ ସମସ୍ତେ ଚାଉଳ ନ ପାଇବେ ସେହି ପ୍ରାଯନ୍ତ କେହି ଚାଉଳ ନେବେ ନାହିଁ  ଏବଂ ଗାଁ ଲୋକେ ଚାଉଳ ଦେବା ବନ୍ଦ କରି ଦେଇ ଛନ୍ତି l  ଏଥିରୁହିଁ ଜଣା ପଡୁଛି ଯେ ସରକାରଙ୍କ ସବୁ ପ୍ରକାରର ସୁବିଧା ଲୋକଙ୍କ ପାଖରେ କାହିଁକି ପହଂଚୁ ପାରୁ ନାହିଁ l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking