32.1 C
Bhubaneswar
Tuesday, May 20, 2025
Homeଦେଶ ବିଦେଶଭାଉଜ ମୋବାଇଲ୍ ନମ୍ବର ଭାଇରାଲ୍ କଲା ଦିଅର; ହେଲେ କାହିଁକି ଜାଣନ୍ତୁ....

ଭାଉଜ ମୋବାଇଲ୍ ନମ୍ବର ଭାଇରାଲ୍ କଲା ଦିଅର; ହେଲେ କାହିଁକି ଜାଣନ୍ତୁ….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହଜହାଁପୁର ଆସିଛି ଏକ ହୃଦୟ ବିଦାରକ ଖବର । ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ବିଦେଶରେ ରୁହନ୍ତି । ହେଲେ ବର୍ତ୍ତମାନ ଶଶୁରଘର ଲୋକ ତାଙ୍କୁ ଘରେ ପଶିବାକୁ ଦେଉନାହାନ୍ତି । ସେ ଅଭିଯୋଗରେ ଆହୁରି କହିଛନ୍ତି କି ତାଙ୍କ ଦିଅର ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ସେ ରାଜି ନହେବାରୁ ତାଙ୍କ ଦିଅର ତାଙ୍କ ନମ୍ବରକୁ କଲ୍‌ଗାର୍ଲର ନମ୍ବର କହି ଭାଇରାଲ୍ କରିଦେଲା । ଏବେ ଶଶୁରଘର ଲୋକ ଘରେ ତାଲା ପକାଇ କୁଆଡ଼େ ଫେରାର ହୋଇ ଯାଇଛନ୍ତି । ଏବେ ଯୁବତୀ ଜଣକ ତାଙ୍କ ଶଶୁରଘର ସାମ୍ନାରେ ଧାରଣାରେ ବସିଛନ୍ତି । ସୂଚନା ଅନୁସାରେ ହରଦୋଇର ବେନିଗଞ୍ଜର ବାସିନ୍ଦା ଅଟନ୍ତି ।

୨୦୧୯ ମସିହାରେ ଶାହଜହାଁପୁରର ଚୌକ କୋତବାଲି ଅଞ୍ଚଳରେ ତାଙ୍କର ବିବାହ ହୋଇଥିଲା । ବିବାହର ଏକ ମାସ ପରେ ମହିଳାଙ୍କ ସ୍ୱାମୀ ଚାକିରି କରିବାକୁ ଓମାନ ପଳାଇଲେ । ପରବର୍ତ୍ତି ସମୟରେ ଶଶୁରଘର ଲୋକ ତାଙ୍କର ଶୋଷଣ କରିବା ଆରମ୍ଭ କରିଦେଲେ । ଏପରିକି ସେମାନେ ମହିଳାଙ୍କୁ ମାରଧର କରୁଥିବା ନେଇ ମହିଳା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ମହିଳାଙ୍କ କହିବା ମୁତାବକ ତାଙ୍କ ଦିଅରଙ୍କ ପାପ ଦୃଷ୍ଟି ତାଙ୍କ ଉପରେ ସବୁବଳେ ଥିଲା । ସେ ତାହାକୁ ବିରୋଧ କରିବାରୁ ଦିଅର ତାଙ୍କ ଫୋନ୍ ନମ୍ବରକୁ ଭାଇରାଲ୍ କରିଦେଲେ ଓ ମହିଳାଙ୍କ ନିକଟକୁ ବିଭିନ୍ନ ରଙ୍ଗ୍ ନମ୍ବରରୁ କଲ୍ ଆସିବା ଆରମ୍ଭ ହୋଇଗଲା । ଏବେ ଅଧିକ ହଇରାଣ ହରକତ ହେବା ପରେ ସେ ଆଇନ୍‌ର ସହାୟତା ନେଇଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking