16.1 C
Bhubaneswar
Tuesday, November 26, 2024
Homeବ୍ରେକୀଙ୍ଗଏହି ଉପାୟରେ ବନାନ୍ତୁ ନବଜାତ ଶିଶୁ‌ର ଆଧାର କାର୍ଡ ; କାଣନ୍ତୁ କେଉଁ ପ୍ରମାଣପତ୍ର ଆବଶ୍ୟକ

ଏହି ଉପାୟରେ ବନାନ୍ତୁ ନବଜାତ ଶିଶୁ‌ର ଆଧାର କାର୍ଡ ; କାଣନ୍ତୁ କେଉଁ ପ୍ରମାଣପତ୍ର ଆବଶ୍ୟକ

ନୂଆଦିଲ୍ଲୀ : ୟୁଆଇଡିଏଆଇ ଦେଶରେ ଜନ୍ମ ହେଉଥିବା ନବଜାତ ଶିଶୁଙ୍କ ଆଧାର କାର୍ଡ ବନାଇବା ପାଇଁ ସୁବିଧା ଦେଇଛନ୍ତି । ଆପଣଙ୍କୁ ଜଣାଇଦେଉଛୁ ଯେ ଦେଶର କିଛି ହସ୍ପିଟାଲ ମଧ୍ୟ ଏହି ଜନ୍ମ ପ୍ରମାଣ ପତ୍ର ବନାଇବା ପାଇଁ ପ୍ରୋସେସ ପୁରା କରିଦେଇଥାନ୍ତି । ଆଜି କାଲି ବଡ ଠାରୁ ନେଇ ଛୋଟ ପିଲାଙ୍କ ପାଇଁ ଆଧାର କାର୍ଡ ଏକ ଜରୁରୀ ପ୍ରମାଣ ପତ୍ର ଅଟେ । ଏହା ବିନା ଆପଣଙ୍କର ଅନେକ କାମ ଅଟକିଯାଏ । ୟୁଆଇଡିଏଆଇ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛି ।

ୟୁଆଇଡିଏଆଇରେ ଟ୍ୱିଟରରେ ଲେଖିଛି ଯେ ସମସ୍ତେ ଆଧାର କାର୍ଡ ବନାଇବା ପାଇଁ ଏନରୋଲ କରିନିଅନ୍ତୁ । ଏଥିରେ ନବଜାତ ଶିଶୁଙ୍କର ମଧ୍ୟ ନାମାଙ୍କନ କରାଯାଉଛି । ଏହା ପାଇଁ ଆପଣଙ୍କ ପାଖରେ ଶିଶୁର ଜନ୍ମ ପ୍ରମାଣ ପତ୍ର ଓ ମାତା ପିତାଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡ ଥିବା ଦରକାର ।
ଆପଣଙ୍କୁ କହି ରଖୁଛୁଯେ, ଏକ ଦିନ ଠୁନେଇ ୫ ବର୍ଷ ଶିଶୁ ମାନଙ୍କ ପାଇଁ ଆଧାର କାର୍ଡ ବନାଇବାକୁ ବାୟୋମେଟ୍ରିକ ଡାଟା ନିଆଯାଉନାହିଁ । ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କ ବାୟୋମେଟ୍ରିକ ବଦଳୁଥିବାରୁ ଏହା ନିଆଯାଉନାହିଁ । ଯେବେ ଶିଶୁ ୫ ବର୍ଷରୁ ଉର୍ଦ୍ଧ ହୋଇଯିବ, ସେବେ ଆପଣ ଅପଡେଟ କରାଇପାରିବେ ।

ଏକ ଦିନ ଶିଶୁ ର ଆଧାର କାର୍ଡ ବନାଇବା ପାଇଁ ଶିଶୁର ଜନ୍ମ ପ୍ରମାଣ ପତ୍ର ଓ ମାତା ପିତାଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡୂ କିମ୍ବା ଅନ୍ୟ ପ୍ରମାଣ ପତ୍ର ଥିବା ଅବଶ୍ୟକ ।

କିପରି କରିବେ ରେଜିଷ୍ଟ୍ରେସନ
-ୟୁଆଇଡିଏଆଇ ୱେବସାଇଟରେ ଯାଇ ଆଧାରକାର୍ଡ ରେଜିଷ୍ଟ୍ରେସନ ଲିଙ୍କ୍‌ରେ କ୍ଲିକ କରନ୍ତୁ ।
– ଏଠାରେ ଫର୍ମ ଡଉନଲୋଡ କରନ୍ତୁ ସେଥିରେ ଶିଶୁର ନାମ , ଆପଣଙ୍କ ମୋବାଇଲ ନମ୍ବର ଓ ଇମେଲ ଦିଅନ୍ତୁ ।
-ଏହାପରେ ଆଧାର କାର୍ଡ ସେଣ୍ଟର ପାଇଁ ଆପଏଣ୍ଟମେଣ୍ଟ ମିଳିବ ।
-ଏହାପରେ ନିର୍ଦ୍ଧାରିତ ହୋଇଥିବା ଦିନରେ ସମସ୍ତ ପ୍ରମାଣ ପତ୍ର ନେଇ ଅ।।ଧାର ଏନରୋଲମେଣ୍ଟ ସେଣ୍ଟର ଯାଆନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking