28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମଙ୍ଗଳ ଅଭିଯାନରେ ନାସାର ବଡ ସଫଳତା

ମଙ୍ଗଳ ଅଭିଯାନରେ ନାସାର ବଡ ସଫଳତା

ନୂଆଦିଲ୍ଲୀ : ମଙ୍ଗଳ ଅଭିଯାନରେ ନାସାକୁ ମିଳିଛି ଆଉ ଏକ ବଡ ସଫଳତା । ମଙ୍ଗଳ ଗ୍ରହରେ ଶବ୍ଦ ଶୁଣିବାରେ ସଫଳ ହୋଇଛି ନାସା । ଲୋହିତ ଗ୍ରହ ମଙ୍ଗଳରେ ନାସା ଦ୍ୱାରା ପଠାଯାଇଥିବା ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିପାରିଛି ନାସା । ଏହି ଶବ୍ଦକୁ ନାସା ସାର୍ବଜନୀନ କରି ରିଲିଜ ହୋଇଥିବା ୩ ମିନିଟ ୨୫ ସେକେଣ୍ଡର ଭିଡିଓରେ ରୋଭର ମଙ୍ଗଳ ପୃଷ୍ଠରେ ଅବତରଣ କରୁଥିବାର ଶବ୍ଦ ରହିଛି । ତେବେ ରୋଭର ମଙ୍ଗଳ ପୃଷ୍ଠରେ ୨୦ ମିଟର ଉଚ୍ଚରେ ଥିବା ବେଳେ ପବନ ବହୁଥିବାର ଶବ୍ଦ ଶୁଣାଯାଇଛି ।

ଏହା ସହ ନାସାରେ ଅବତରଣ କରୁଥିବାର ଅନ୍ୟ ଭିଡିଓ ମଧ୍ୟ ନାସା ସାର୍ବଜନୀନ କରିଛି । ରୋଭର ମଙ୍ଗଳ ପୃଷ୍ଠ ଛୁଇଁବା ପରେ ମାଇକ୍ରୋଫୋନ ୍ର କାର୍ଯ୍ୟ କରିନଥିଲା । ହେଲେ ପୃଷ୍ଠରେ ଅବତରଣ ପରେ ମାଇକ୍ରୋଫୋନ କାର୍ଯ୍ୟ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇପାରିଛି ବୋଲି ନାସାର ରୋଭର ପ୍ରୋଜେକ୍ଟ ଯନ୍ତ୍ରୀ ଦାବେ ଗୃଏଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking