27.1 C
Bhubaneswar
Sunday, September 29, 2024
Homeମନୋରଞ୍ଜନମହେଶ ଭଟ୍ଟଙ୍କର ହେଲା ହାର୍ଟ ସର୍ଜରୀ, ହେଲଥ ଅପଡେଟ୍‌ ଦେଲେ ପୁଅ ରାହୁଲ

ମହେଶ ଭଟ୍ଟଙ୍କର ହେଲା ହାର୍ଟ ସର୍ଜରୀ, ହେଲଥ ଅପଡେଟ୍‌ ଦେଲେ ପୁଅ ରାହୁଲ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଆଲିଆ ଭଟ୍ଟଙ୍କ ବାପା ମହେଶ ଭଟ୍ଟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମହେଶ ଭଟ୍ଟଙ୍କର ହାର୍ଟ ସର୍ଜରୀ ହୋଇଛି। କୁହାଯାଉଛି ଯେ ଗତ ମାସରେ ସେ ନିଜର ଚେକଅପ୍ ପାଇଁ ଯାଇଥିଲେ, ଯେଉଁଠି ତାଙ୍କୁ ଜଣାପଡ଼ିଥିଲା କି, ତାଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡିବ। ଏମିତିରେ ଏବେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ହୋଇଛି ଏବଂ ବର୍ତ୍ତମାନ ସେ ଘରେ ରିକଭର କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଗତ ମାସରେ ଡାକ୍ତରମାନେ ତାଙ୍କୁ ଜଲ୍‌ଦି ଅସ୍ତ୍ରୋପଚାର କରାଇବାକୁ ପରାମର୍ଶ ଦେଇଥିଲେ। ମହେଶ ଭଟ୍ଟଙ୍କ ପୁଅ ରାହୁଲ ଭଟ୍ଟ ଏହି କଥା ନିଶ୍ଚିତ କରିଛନ୍ତି। ରାହୁଲ କହିଛନ୍ତି ଯେ ତାଙ୍କ ବାପାଙ୍କୁ ଏହି ସପ୍ତାହ ଆରମ୍ଭରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହାର୍ଟ ସର୍ଜରୀ ପରେ ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ଘରକୁ ଫେରିଛନ୍ତି। ରାହୁଲ କହିଛନ୍ତି, ଅନ୍ତ ଭଲ ତ ସବୁ ଭଲ। ବାପା ସୁସ୍ଥ ହେଉଛନ୍ତି ଏବଂ ମୁଁ ଏହାଠାରୁ ଅଧିକ ବିବରଣୀ ଦେଇପାରିବି ନାହିଁ।

ସେପଟେ ମହେଶ ଭଟ୍ଟଙ୍କ କ୍ୟାରିୟର ବିଷୟରେ ଆଲୋଚନା କରିବା ତ ସେ ମାତ୍ର ୨୬ ବର୍ଷ ବୟସରେ ଫିଲ୍ମ ‘ମଞ୍ଜିଲେଁ ଔର୍‌ ବି ହୈ’ରୁ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ। ଏହାପରେ ସେ ‘ସାରାଂଶ’, ‘ଆଶିକୀ’, ‘ଜେହେର’, ‘ଜିସ୍ମ୍’ ଭଳି ଅନେକ ଭଲ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏଥି ସହିତ ମହେଶ ଭଟ୍ଟ ‘ରାଜ’, ‘ଦୁଷ୍ମନ’ ଓ ‘ଫୁଟପାଥ’ ଭଳି ଚଳଚ୍ଚିତ୍ର ମଧ୍ୟ ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking