32.1 C
Bhubaneswar
Friday, May 2, 2025
Homeଦେଶ ବିଦେଶବିଧାୟକଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ବିଧାୟକଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ହୁ ହୁ ଜଳିଲା ବିଧାୟକଙ୍କ ଘର। ଆନ୍ଦୋଳନକାରୀମାନେ ବିଧାୟକଙ୍କ ଘରେ ଲଗାଇଦେଲେ ନିଆଁ। ମହାରାଷ୍ଟ୍ରରେ ମରାଠା ଆରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ଲୋକେ ଏନ୍‌ସିପି ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଘରେ ବ୍ୟାପକ ଭଙ୍ଗା ରୁଜା ମଧ୍ୟ କରିଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମରାଠା ଆରକ୍ଷଣକୁ ନେଇ ଏବେ ଆନ୍ଦୋଳନକାରୀମାନେ ହିଂସକ ହୋଇପଡିଛନ୍ତି। ଏନ୍‌ସିପି ବିଧାୟକ ପ୍ରକାଶ ସଲୋଙ୍କିଙ୍କ ଘରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଘରର ବେସ୍‌ମେଣ୍ଟରେ ରଖା ହୋଇଥିବା ଗାଡିରେ ପ୍ରଥମେ ଆନ୍ଦୋଳନକାରୀମାନେ ନିଆଁ ଲଗାଇଥିଲେ। ପରେ ଏହା ଭୟଙ୍କର ରୂପ ନେଇଥିଲା। ଦେଖୁ ଦେଖୁ ଏହି ନିଆଁ ପୂରା ଘରକୁ ବ୍ୟାପି ଯାଇଥିଲା। ପୂରା ଅଞ୍ଚଳରେ କଳା ଧୂଆଁର ଚାଦର ଢ଼ାଙ୍କି ହୋଇଯାଇଥିଲା।
ମହାରାଷ୍ଟ୍ରରେ ଦୀର୍ଘ ଦିନ ଧରି ମରାଠା ଆରକ୍ଷଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଏହାପୂର୍ବରୁ ମରାଠା ଆରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲ ଶନିବାର ଜାଲନା ଜିଲ୍ଲାରେ ଏକ ରାଲିର ଆୟୋଜନ କରିଥିଲେ। ଏଥିରେ ସେ ସିନ୍ଦେ ସରକାରଙ୍କୁ ୧୦ ଦିନର ଅଲ୍ଟିମେଟମ୍ ଦେଇଥିଲେ। ୧୦ ଦିନ ପରେ ସେ ବିଜୟ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking