30.1 C
Bhubaneswar
Monday, May 20, 2024
Homeକରୋନାଏହି ଅଞ୍ଚଳରେ ଫେରିଲା ଲକ ଡାଉନ

ଏହି ଅଞ୍ଚଳରେ ଫେରିଲା ଲକ ଡାଉନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବା ମଧ୍ୟରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ମଦ୍ଦେନଜର ରାଜ୍ୟର ପରଭଣୀ ଓ ଅକୋଲା ଜିଲ୍ଲାରେ ଶୁକ୍ରବାର ରାତିରୁ ଲକ ଡାଉନ ଘୋଷଣା କରାଯାଇଛି । ପରଭଣୀ ଜିଲ୍ଲାରେ ରାତି ୧୨ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ରହିବ । ଏହି କ୍ରମରେ ଅକୋଲା ଜିଲ୍ଲାରେ ଆଜି ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହାଛଡା ଜଳଗାଓଁ ସହରରେ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୮ ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ କରାଯାଇଛି । ଲକଡାଉନ ମଧ୍ୟରେ କେବଳ ଆବଶ୍ୟକୀୟ ସେବାକୁ ଅନୁମତି ମିଳିବ । ପରଭଣୀରେ ଏପର୍ଯ୍ୟନ୍ତ ୯୧୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଠାରେ ଆକ୍ଟିଭ କେସ ଏପର୍ଯ୍ୟନ୍ତ ୧୦୨୦ ରହିଛି । ୩୦୩ ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking