31.1 C
Bhubaneswar
Thursday, June 19, 2025
Homeବ୍ରେକୀଙ୍ଗମହାନଦୀ ସମ୍ଭାଳିଛି ୧୬ ଲକ୍ଷ କ୍ୟୁସେକ

ମହାନଦୀ ସମ୍ଭାଳିଛି ୧୬ ଲକ୍ଷ କ୍ୟୁସେକ

ଭୁବନେଶ୍ୱର: ବନ୍ୟା ଖବର ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ତାଜା ସୂଚନା ପ୍ରଦାନ କରିଛନ୍ତି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦର ୩୬ଟି ଗେଟ ବର୍ତ୍ତମାନ ଖୋଲାଯାଇଛି ଏବଂ ୬ ଲକ୍ଷ କ୍ୟୁସେକ ଛଡାଯିବ । ତଳମୁଣ୍ଡ ପାଣିକୁ ମିଶାଇଲେ ମୁଣ୍ଡଳିରେ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ଯିବ । ଖଅରିମାଳିରୁ ମୁଣ୍ଡଳି ଯାଏ ଏବଂ କଟକ ତଳକୁ ଆଜି ଆଉ ବର୍ଷା ହୋଇନି । ବର୍ଷା ହୋଇନଥିବାରୁ ଆଉ ପାଣି ମିଶିବନି । ସେହି ୧୦ ଲକ୍ଷ ପାଖାପାଖି ଯିବ । ପୂର୍ବରୁ ମହାନଦୀ ସିଷ୍ଟମ ୧୬ ଲକ୍ଷ କ୍ୟୁସେକ ଯାଏ ଜଳ ପ୍ରବାହ ସମ୍ଭାଳିଛି । ତେଣୁ ୧୦ରୁ ସାଢେ ୧୦ ଲକ୍ଷରେ ଏକ ମଧ୍ୟମ ଧରଣର ବନ୍ୟା ଆଶା କରୁଛୁ । ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ଓଡ୍ରାଫ, ଏନଡିଆରଏଫ ଟିମ ଆଗୁଆ ପଠାଯାଇଛି, ସେମାନେ ପ୍ରସ୍ତୁତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking