29.1 C
Bhubaneswar
Wednesday, March 19, 2025
Homeଦେଶ ବିଦେଶମହାକୁମ୍ଭ ଭିଡ: ସଙ୍ଗମ ଷ୍ଟେସନ ବନ୍ଦ

ମହାକୁମ୍ଭ ଭିଡ: ସଙ୍ଗମ ଷ୍ଟେସନ ବନ୍ଦ

ପ୍ରୟାଗରାଜ:ପ୍ରୟାଗରାଜରେ ପ୍ରବଳ ଗହଳି । ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯିବା ପାଇଁ ସବୁ ରାସ୍ତାରେ ଭାରି ଜାମ । ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି । ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି । ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡ଼ି । ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ । ମହାକୁମ୍ଭ ମେଳାରେ ବୁଡ଼ ପକାଇବେ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ଗସ୍ତ କରିବେ । କୁମ୍ଭମେଳାରେ ପୂଜା କରିବା ସହ ସଙ୍ଗମ ସ୍ଥଳରେ ବୁଡ଼ ପକାଇବେ ରାଷ୍ଟ୍ରପତି । ସେ ମେଳାରେ ପ୍ରାୟ ୮ ଘଣ୍ଟା ବିତାଇବେ । ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking