28.1 C
Bhubaneswar
Sunday, September 15, 2024
Homeଓଡିଶାଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାବାହୁ

ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଆଜି ପଞ୍ଚୁକର କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ । ଏହାକୁ ମହାକାର୍ତ୍ତିକ ମାସର ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ମଧ୍ୟ କୁହାଯାଏ । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିର ଦ୍ୱାର ଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ଆଣମ୍ଭ ହେବ ଲକ୍ଷ୍ମୀନୃସିଂହ ବେଶ ।

ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ବିଭୂଷିତ ହୋଇ ରତ୍ନସିଂହାସନରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ ।

ସେପଟେ ପଞ୍ଚୁକକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ବିଭିନ୍ନ ଅଞ୍ଚଳରୁ ଛୁଟି ଆସିଛନ୍ତି ହଜାର ହଜାର ହବିଷ୍ୟାଳି । ହବିଷ୍ୟାଳିଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking