21.1 C
Bhubaneswar
Thursday, January 23, 2025
Homeଓଡିଶାକୋଭିଡ୍ କଟକଣାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ: ରାତି ୧୦ରେ ଉଠିବ ମହାଦୀପ

କୋଭିଡ୍ କଟକଣାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ: ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର: କୋଭିଡ୍ କଟକଣାରେ ଚଳିତ ଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ ହେବ । ରାତି ୧୦ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ । ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶାନ୍ତିଶୃଙ୍ଖଳାରେ ଜାଗର ଯାତ୍ରା ସଂପନ୍ନ କରାଯିବ । ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଉପସ୍ଥିତିରେ ମହାଶିବରାତ୍ରି ପାଇଁ ଏକାଧିକ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ ୧ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା । ଏନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଜାଗର ଯାତ୍ରା ନୀତି ନିର୍ଘଣ୍ଟ ସଂପର୍କରେ ଆଲୋଚନା ହୋଇଥିଲା । ମହାଶିବରାତ୍ରି ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଆଲୋଚନାରେ ସେବାୟତମାନେ ମତ ଦେଇଥିଲେ । ତେବେ ଶୁକ୍ରବାର ଅନୁଷ୍ଠିତ ଟ୍ରଷ୍ଟ ବୋର୍ଡ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ତେବେ ଏହା ସହ ନୀତି ନିର୍ଘଣ୍ଟ କରାଯାଇଛି । ଏଥି ସହିତ ବୈଠକରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ମହାଶିବରାତ୍ରି ବେଳେ ଏହି ନିୟମ ଭକ୍ତମାନଙ୍କ ପାଇଁ ରହିବ ଓ ଅନ୍ୟ କଟକଣା ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି । ନୀତି ନିର୍ଘଣ୍ଟ ହୋଇଥିଲେ ମଧ୍ୟ ବଡ଼ୁ ସେବାୟତଙ୍କୁ ଜାଗରଯାତ୍ରା ପୂର୍ବରୁ ସେମାନଙ୍କର ବକେୟା ପ୍ରାପ୍ୟ ନମିଳିଲେ ସେମାନେ ଜାଗରଯାତ୍ରାରେ ସହଯୋଗ କରିବେ ନାହିଁ ବୋଲି ବଡ଼ୁ ନିଯୋଗର ସମ୍ପାଦକ କମଳକାନ୍ତ ବଡ଼ୁ କହିଛନ୍ତି । ସେହିପରି ମହାପ୍ରଭୁଙ୍କ ସେବା ଜନିତ ଅଧିକାରରୁ ବଡ଼ୁ ସେବାୟତଙ୍କୁ ବଞ୍ôଚତ କରାଗଲେ ସେମାନେ ଶିବରାତ୍ରୀରେ କୌଣସି ନୀତିରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ସୂଚନା ଥାଉକି, ବକେୟା ଥିବା ଶ୍ରାବଣୀ ପାଉଣା ନଦେଲେ ମହାଶିବରାତ୍ରିରେ ଅସହଯୋଗ କରାଯିବ ବୋଲି ବଡ଼ୁ ନିଯୋଗ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ର ୩ୟ ଲହର ହ୍ରାସ ପାଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଥିବାରୁ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ନେଇ ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଏମ୍‌ଏସ୍ ଆଦେଶନାମା ଜାରି କରିଛି । ଆଦେଶନାମାରେ କୁହାଯାଇଛି ଯେ, ଯେଉଁମାନେ କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଥିବେ, ସେମାନେ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ । ଚଳିତ ମାସ ୧୨ ତାରିଖ ଠାରୁ ଶ୍ରୀଲିଙ୍ଗରାଜ ସମେତ ଭୁବନେଶ୍ୱରରେ ଥିବା ଅନ୍ୟ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବ । ଧର୍ମାନୁଷ୍ଠାନ ଗୁଡ଼ିକରେ କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking