ଜାକର୍ତ୍ତା : ଇଣ୍ଡୋନେସିଆର ଉତ୍ତର ସୁଲାଭେସି ପ୍ରଦେଶରେ ଶନିବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ସୌଭାଗ୍ୟର ବିଷୟ ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଜନଜୀବନ ହାନି ଘଟିନାହିଁ । ଭୂକମ୍ପ ଝଟ୍କାରେ ସୁନାମୀ ଆସିନଥିବା ଦେଶର ପାଣିପାଗ ବିଜ୍ଞାନ, ଜଳବାୟୁ ବିଜ୍ଞାନ ଏବଂ ଭୂଭୌତିକ ଏଜେନ୍ସି ପକ୍ଷରୁ କୁହାଯାଇଛି । ସ୍ଥାନୀୟ ସମାୟାନୁସାରେ ଅପରାହ୍ଣ ୩ଟା ୫୫ ମିନିଟ୍ରେ ହୋଇଥିବା ଭୂକମ୍ପର ତୀବ୍ରତା ୬ ମପାଯାଇଛି । ଏଜେନ୍ସି ଅନୁସାରେ ଭୂମିକମ୍ପର କେନ୍ଦ୍ର ତାଲୌଦା ଦ୍ୱୀପର ମେଲୋଙ୍ଗୁଆନ୍ ଉପଜିଲ୍ଲାର ୩୭ କିମି ଦକ୍ଷିଣ-ପୂର୍ବ ଏବଂ ସମୁଦ୍ର ପତର ୧୧ କିମି ଗଭୀରରେ ଥିଲା । ପ୍ରଦେଶର ବିପର୍ଯ୍ୟୟ ପ୍ରବନ୍ଧନ ଏଜେନ୍ସି ଅନୁସାରେ ଭୂକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ । ସର୍ବାଧିକ ପ୍ରଭାବିତ ତାଲୌଦା ଦ୍ୱୀପରେ ଭୂକମ୍ପର ଅଧିକ ଝଟ୍କା ଅନୁଭୂତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇନଥିଲେ । ଉଲ୍ଲେଖଯୋଗ୍ୟ, ଇଣ୍ଡୋନେସିଆ ‘ପାସିଫିକ୍ ରିଙ୍ଗ୍ ଅଫ୍ ଫାୟାର୍’ ନାମକ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ରହିଛି ।