27.1 C
Bhubaneswar
Saturday, July 27, 2024
Homeଓଡିଶାସୁକିନ୍ଦା ଖଣି ଉପତ୍ୟକା ରେ ନୀଳ ପଥର ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ସୁକିନ୍ଦା ଖଣି ଉପତ୍ୟକା ରେ ନୀଳ ପଥର ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

ଯାଜପୁର: ଯାଜପୁର ଜିଲ୍ଲାର ର ସୁକିନ୍ଦା ଖଣି ଉପତ୍ୟକା ଖଣିଜ ସଂପଦ ଭର ପୁର ରହିଛି ଅନେକ ଦୁଲଭ ଖଣିଜ ଦ୍ରଵ ର ସନ୍ଧାନ ମିଳିଛି ତାହା କାଗଜ କଲମ ରେ ସୀମିତ ରହିଛି କେବଳ କ୍ରୋମାଇଟ ପଥର ଉତ୍ତଳନ ହେଉଛି l ଏବ ଏହି ଉପତ୍ୟକା ଟିକରପଡା ପାହାଡ଼ ରେ ଦୂଲଭ ନୀଳ ପଥର କୁ ବେନିୟମ ଭାବରେ ଖଣି ମାଫିଆ ମାନେ ବନ ବିଭାଗ ଓ ଖଣି ବିଭାଗ ଅଜାଣତ ରେ ପଥର ଗୁଡିକୁ ଅଜାଣତ ରେ ଟ୍ରିପ ଟ୍ରିପ ସତର୍କl ସହ ରାତି ରେ ଚାଲାଣ ହେଉଛି ଖଣି ମାଫିଆ ମାନେ ଏହି କାର୍ଯ୍ୟ ବାହୁ ବର୍ଷ ଧରି କରି ଆସୁଛନ୍ତି ଘନ ଜଙ୍ଗଲ ଅଂଚଳ ରେ ଏହି ପାହାଡ଼ ରହି ଥିବା ରୁ କାହାର ନଜର ନାହିଁ l

ଦୃଗ୍ରମ ଅଂଚଳ ହୋଇ ଥିବାରୁ ଖଣି ମାଫିଆ ମାନଙ୍କ ଭୁ ସର୍ଗ ପାଲିଟିଛି l ଟମକା ଥାନା ଅଂଚଳ ର. ଟିକରପଡା ପାହାଡ଼ ଓ ପାଖାପାଖି ଅଂଚଳ ରେ ନୀଳ ପଥର ଭର ପୁର ଅଛି l ଜଙ୍ଗଲ ରୁ ଗଛ କାଟି ଏହି ଦୁଲଭ ପଥର ଖୋଲି ସାଇକେଲ ଓ ମୋଟର ସାଇକେଲ ରେ ବସ୍ତା ବସ୍ତା କରି ପଥର ଆଣି ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ଠୁଳ କରି ଟ୍ରକ ଓ ଟ୍ରାକକଟର ଯୋଗେ ଚାଲାଣ ହେଉଛି 2015ମସିହା ରେ ପୋଲିସ ଦୁଇଟି ନୀଳ ପଥର ଟ୍ରକ ଜବଦ କରି ଥିଲା l ଜଙ୍ଗଲ ସଂପଦ ନଷ୍ଟ କରି ପଥର ଉତ୍ତଳନ ହେଉଛି l ବନ ବିଭାଗ ଓ ଖଣି ବିଭାଗ କଣ କରୁଛି ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରିଛି l

ଏ ସମ୍ପର୍କ ରେ ସମ୍ବାଦ ପତ୍ର ରେ ପ୍ରକାଶ ପାଇ ଲା ପରେ ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ବନ ବିଭାଗ ର ଚେତା ପଶିଛି l ଯାଜପୁର ଜିଲ୍ଲା ପାଳ ଯାଜପୁର ରୋଡ ଖଣି ଉପନିର୍ଦେଶ ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇ ଥିଲେ l ଖଣି ବିଭାଗ ର ଏକ ଟିମି ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଥିଲେ ଟିକରପଡା ଜଙ୍ଗଲ ରେ ବଡ ଗାତ ଖୋଲା ଯାଇ ଥିବା ର ଦେଖି ବାକୁ ପାଇ ଥିଲେ ପଡି ଥିବା ନୀଳ ପଥରସଂଗ୍ରହ କରି ମାନ ପରୀକ୍ଷା ପାଇଁ ବିଜ୍ଞାନ ପରୀକ୍ଷା କୁ ପଠା ଯାଇଛି ପଥର ଖୋଲା କାର୍ଯ୍ୟ ରେ ମହିଳା ମନକୁ ମାଫିଆ ମାନେ ଲଗାଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ଥାନୀୟ ଲୋକ ମାନେ କହିଥିଲେ ଏହି ଅଂଚଳ ଖଣି ବିଭାଗ ପକ୍ଷରୁ ସର୍ବେ କରା ଯିବ ବୋଲି ଜଣାପଡିଛି ଏହି ଅଂଚଳ ଖଣି ବିଭାଗ ର ଲିଜି ଅଂଚଳ ହୋଇ ନ ଥିବା ରୁ ବନ ବିଭାଗ ର ଦାହିତ୍ୱ ବୋଲି ଖଣି ଉପନିର୍ଦେଶକ ସୂଚନା ଦେଇ ଛନ୍ତି l ସରକାର ଙ୍କ ରାଜସ୍ୱ ହାନି ଘଟୁଛି l ଏଥି ପ୍ରତି ଖଣି ବିଭାଗ ଓ ବନ ବିଭାଗ ଦୃଷ୍ଟି ଦେବା ନିମନ୍ତେ ଦାବି କରା ଯାଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking