26.1 C
Bhubaneswar
Monday, January 27, 2025
Homeମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ-2023ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ; ବଜେପିର ୪୦ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରୀ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ; ବଜେପିର ୪୦ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରୀ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଜାରୀ କରିଛି । ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ବରିଷ୍ଠ ନେତାଙ୍କ ନାମ ରହିଛି । ତେବେ ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟିର ବରିଷ୍ଠ ନେତ୍ରୀ ଉମା ଭାରତୀଙ୍କ ନାମ ସାମିଲ ନାହିଁ । ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଉମା ଭାରତୀ ଟ୍ୱିଟ୍ କରି କହିଥିଲେ, ଆଗାମୀ କିଛିଦିନ ସେ ହିମାଳୟରେ ରହିବେ । ଏହା ସହିତ ଉମା ଏହି ପୋଷ୍ଟ୍‌ରେ ବିଜେପି ସରକାର ଅଧା ଅଧୁରା କାମକୁ ମଧ୍ୟ ଦର୍ଶାଇବା ସହିତ ପାର୍ଟିକୁ ଆଇନା ଦେଖାଇଥିଲେ । ସେ କହିଛନ୍ତି, ବିଜେପି ସରକାରରେ ଗୋ ସମ୍ବର୍ଦ୍ଧନା ଏବଂ ଗୋ ସଂରକ୍ଷଣ କାମ ସନ୍ତୋଷଜନକ ହୋଇନାହିଁ । ସେହିପରି କେନ୍ଦ୍ର ଓ ରାଜ୍ୟରେ ଆମ ସରକାର ଥାଇ ମଧ୍ୟ ଭୋଜଶାଳାର ସରସ୍ୱତୀ ମା’ ମନ୍ଦିରରେ ବିରାଜମାନ ହୋଇପାରି ନାହାନ୍ତି । ଉଲ୍ଲେଖଯୋଗ୍ୟ ୨୦୦୩ ନିର୍ବାଚନରେ ପାର୍ଟିର ମୁଖମନ୍ତ୍ରୀ ପ୍ରାର୍ଥୀ ଥିବା ଉମା ଭାରତୀ ୧୦ ବର୍ଷର ଦିଗ୍‌ବିଜୟ ସିଂହ ଶାସନର ଅନ୍ତ ଘଟାଇ ରାଜ୍ୟରେ ବିଜେପି ସରକାର ଗଠନ କରିଥିଲେ । ମାତ୍ର ଷ୍ଟାର୍ ପ୍ରଚାରକ ତାଲିକାରେ ତାଙ୍କ ନାମ ନଥିବା ଆଶ୍ଚର୍ଯ୍ୟଚକିତ କରିଥିବା ବେଳେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking