ଭୁବନେଶ୍ୱର: ଅମ୍ବୋଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଟାର୍ଗେଟ । ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କଲେ । ଅପରାଧୀଙ୍କୁ ଜାମିନ୍ ଦେବା ପାଇଁ ପୋଲିସ ସହାୟତା ଦେଇଛି । ମାମଲାରେ ପୋଲିସ ନିଜେ ଇନଫର୍ମାଣ୍ଟ, ନିଜେ ଆହତ, ନିଜେ ସାକ୍ଷୀ । ନୋଟିସ୍ ସତ୍ତ୍ୱେ ପୋଲିସ କର୍ମଚାରୀ କୋର୍ଟରେ ହାଜର ହେଲେନାହିଁ । ବିଜେଡିର ଗୁଣ୍ଡାମାନଙ୍କ ସହ ପୋଲିସର ମଧୁଚନ୍ଦ୍ରିକା ଚାଲିଛି । ୧୦୨ ଜଣଙ୍କ ନାଁରେ ମାମଲା, ମାତ୍ର ୨୨ ଜଣ ଗିରଫ ହୋଇଥିବା କହିଛନ୍ତି ଇରାଶିଷ । ସେଥିରୁ ୪ ଜଣ ଜେଲରେ ଅଛନ୍ତି ଆଉ ଅନ୍ୟମାନଙ୍କୁ ଜାମିନ୍ ମିଳିଛି । ଘଟଣାରେ ମାସେ ପରେ ବି ପୋଲିସ ସମସ୍ତଙ୍କୁ ଗିରଫ କରିପାରିନି ବୋଲି କହିଛନ୍ତି ଇରାଶିଷ ।