30.1 C
Bhubaneswar
Thursday, May 8, 2025
Homeଓଡିଶାମଧୁ ବାବୁଙ୍କୁ ଭାରତରତ୍ନ ଦାବି: ୟୁୁପି, ଏମ୍‌ପି ଓ ଗୁଜୁରାଟରେ ଦସ୍ତଖତ ଅଭିଯାନ

ମଧୁ ବାବୁଙ୍କୁ ଭାରତରତ୍ନ ଦାବି: ୟୁୁପି, ଏମ୍‌ପି ଓ ଗୁଜୁରାଟରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର  : ଉକ୍ରଳ ଗୈାରବ ମଧୁସୂଦନ ଦାସଙ୍କୁ ମରୋଣତୋର ଭାରତରତ୍ନ ପ୍ରଦାନ ସହିତ ମଧୁବାବୁଙ୍କ ପ୍ରତିମୂର୍ତିି ସଂସଦ ଭବନ ପରିସରରେ ସ୍ଥାପନା ଓ ଉକ୍ରଳ ଗୈାରବ ମଧୁସୂଦନ ନାମରେ ରେଳ ଗାଡି ଚଲାଇବା ପାଇଁ ଦାବି କରାଯାଇଛି । ଏନେଇ ପୁଣି ଅଲ ଓଡ଼ିଶା ଲୟର୍ସ ଫୋରମର ଏକ ପ୍ରତିନିଧୀ ମଣ୍ଡଳୀ ଉତରପ୍ରଦେଶର ଆଲାହାବାଦ୍, ମଧ୍ୟ ପ୍ରଦେଶର ଉଜ୍ଜୟନୀ, ଗୁଜୁରାଟର ଦ୍ୱାରକା ଓ ଅହମଦାବାଦରେ ଗାନ୍ଧିଙ୍କ ଶାବରମତି ଆଶ୍ରମ ନିକଟରୁ ଦସ୍ତଖତ ସଂଗ୍ରହ ଅଭିଯାନ କରିଛି । ବିଭିନ୍ନ ସହରରେ ବାସ କରୁଥିବା ବହୁ ଓଡ଼ିଆ ମୁରବୀମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ମଧୁବାବୁଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ରାଷ୍ଟ୍ରପତି ବାବୁ ରାଜେନ୍ଦ୍ର ପ୍ରସାଦ, ଜନସଙ୍ଘ ତଥା ଏବେର ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଆଦି ବହୁ ବ୍ୟକ୍ତି କିପରି ଜାଣି ଥିଲେ ଓ ସମ୍ମାନ ଦେଉଥିଲେ ସେ ସମ୍ପର୍କରେ ଆଲୋଚନା କରଯିବା ସହ ସ୍ୱାକ୍ଷର ସଂଗ୍ରହ କରାଯାଇଛି ।

ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଗଦାଧର ଦାସ, ସଞ୍ଜୟ ସାହୁ, କିଶୋର ଜାଡକିଆ, ରାଜିବ ଚୋପ୍ରା, ଜୟଶିଷ ଜାଡକିଆ, ଦିପକ ସୋମ୍ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଯୁବକମାନେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଚେନନ୍ନାଇ, ଆନ୍ଧ୍ରପ୍ରଦେଶର ତିରୂପତି, କୋଳକତା, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ, ସମେତ ୯ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । ଏଥି ସହ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ୧ଲକ୍ଷ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ ହେବ ବୋଲି ସଂଯୋଜକ ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking