କୋରାପୁଟ : ଜିଲ୍ଲାର ଦଶମନ୍ତ ପୁର ବ୍ଲକ ରେ ମନରେଗା କାର୍ଯ୍ୟ ରେ ମହା ଦୁର୍ନୀତି। ଏହା ମନରେଗା ନୁହେଁ ମନ ଇଚ୍ଛା ଯୋଜନା ବୋଲି ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତ ସ୍ଥିତ କଲାଟି ନାମକ ଗାଁ ରେ। ଏହି ଗ୍ରାମ ରେ ବସବାସ କରନ୍ତି ମାତ୍ର ୪୦ ପରିବାର ଆଦିବାସୀ ସଂପ୍ରଦାୟ ର ଲୋକ। ଜୀବିକା କହିଲେ ପଡୁଚାଷ । ଶତପ୍ରତିଶତ ଗ୍ରାମ ବାସୀ ନିରକ୍ଷର ଓ ଗରିବ। ମହାମାରୀ କରୋନା ସଂକ୍ରମିତ ସମୟରେ ଗ୍ରାମ ବାସୀ କୈାଣସି କାମ ଧନ୍ଦା ନ ପାଇ। ଘରେ। ହାତ ବାନ୍ଧି ବସି ଛନ୍ତି। ପରିତା ପର ବିଷୟ ଯେ ଏଭଳି ନିରିହ ଆଦିବାସୀ ମାନଙ୍କ ପେଟରେ ଭାତ ଜାଗାରେ ଲାତ ମାରି ଦଲାଲ୍ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଭାବେ ମେସିନ ନିୟୋଜିତ କରି ଗାଁ ପୋଖରୀ ଖନନ କରୁ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।
ସେମାନେ କହିଛନ୍ତି ଯେ ତୁମେ ମାନେ ପୋଖରୀ କାମ କରି ପାରିବ ନାହିଁ। ଏହି କାମ କେବଳ ମେସିନ ଦ୍ବାରା କାର୍ଯ୍ୟ କରାଯାଇ ପାରିବ ବୋଲି ଠିକାଦାର ମାନେ ଗ୍ରାମ ବାସୀ ଙ୍କୁ କହି ଥିବା ସେମାନେ କହିଛନ୍ତି। କିନ୍ତୁ ଏମାନେ ଅତି ଗରିବ ।ଅଳେ ଖାଇଲେ ଅଳେ ନାହିଁ। ମାସ ଶେଷ କୁ ଅନାଇ ଥାନ୍ତି କେବଳ ଟଙ୍କିକିଆ ଚାଉଳ ପାଇଁ। କିନ୍ତୁ ଏହି ଚାଉଳ ବିନା ଆଉ ସେମାନଙ୍କ ଜୀବିକା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ତେବେ କାମ ଧନ୍ଦା ନ ପାଇ ବେକାର ହୋଇ ବସିଛନ୍ତି। ହେଲେ କାମ ମିଳିଲେ କାହିଁକି କରିବେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି। ଏଥିରେ ପ୍ରଥମେ ଆମେ ସ୍ଥାନୀୟ ସରପଞ୍ଚ ଶ୍ରୀ ପିତବାସ ମୁଦୁଲି ଙ୍କୁ। ପଛାରିଥିଲୁ। ସେ କହିଥିଲେ ଯେ ବର୍ତ୍ତମାନ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ କୈାଣସି ପୋଖରୀ କି ରାସ୍ତା କାମ କରା ଯାଉନାହିଁ। କେଉଁ ମାନେ ମନୋଇଛା। ମେସିନ ଦ୍ବାରା କାମ କରାଉଛନ୍ତି ମୁଁ ଜାଣି ନାହିଁ ବୋଲି ପ୍ରକାଶ କରିଛନ୍ତି। ପୁଣି ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ବକୁଲ ଚନ୍ଦ୍ର ମୁର୍ମୁ ଙ୍କୁ ପଛାରି ବୁଝି ଥିଲୁ। ସେଥିରେ ସେ ବି କହି ଥିଲେ ଯେ ପୋଖରୀ କାମ କରୁ ଥିବା ମୁଁ ଜାଣି ନାହିଁ। କି କାହାକୁ କାର୍ଯ୍ୟାଦେଶ ଦିଆ ଯାଇ ନାହିଁ । କାହା ନିର୍ଦ୍ଦେଶ ରେ ମେସିନ ଦ୍ବାରା କାମ କରୁଛନ୍ତି ମୋ ପାଖରେ କୈାଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି। କେବଳ ଏହି ଏକା ଗାଁ ନୁହେଁ , ଏଭଳି ପଞ୍ଚାୟତ ର ବିଭିନ୍ନ ଗାଁ ରେ ମେସିନ ଦ୍ବାରା ମନରେଗା ଯୋଜନାର କାମ କରି ଦଲାଲ ମାନେ ମାଲେ ମାଲ ହେଉଥିବା କୁହାଯାଇଛି। ଏହି ଭଳି ଦୁର୍ନୀତି କାମ କରି ବିଗତ ବର୍ଷ ରେ ଓଡ଼ିଶା ର ୩୧୪ ବ୍ଲକ ରୁ ଦଶମନ୍ତପୁର ବ୍ଲକ ର ଗିର୍ଲି ଗୁମା ପଞ୍ଚାୟତ ମନରେଗା ଯୋଜନାରେ ଟଙ୍କା ଖର୍ଚ୍ଚ ପାଇଁ ଏକ ନମ୍ବର ହୋଇ ଥିବା ଚର୍ଚ୍ଚା କୁ ଆସି ଥିଲା। କିନ୍ତୁ ସେପଟେ କାମ ଧନ୍ଦା ନ ପାଇ ଭିଟାମାଟି ଛାଡ଼ି ଅଞ୍ଚଳ ବାସୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା କୁହାଯାଇଛି। ଏଥିରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବେଆଇନ ମେସିନ କାର୍ଯ୍ୟ ବନ୍ଦ୍ କରି ପ୍ରବାସୀ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।(କୋରାପୁଟ ରୁ ଅଭିନାଶ ଜାନାମ)