27.2 C
Bhubaneswar
Wednesday, April 15, 2026
Homeଦେଶ ବିଦେଶଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଜୁଲାଇ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି। ଏହା ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି। ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ମଙ୍ଗଳବାର ଜୁଲାଇ ୧ ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୨୩.୫୦ ଟଙ୍କା ପରିବର୍ତ୍ତେ ୧୬୬୫ ଟଙ୍କା ହେବ। ସେହିପରି ନୋଏଡାରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୭୪୭.୫୦ ଟଙ୍କା ହେବ। କୋଲକାତାରେ ଏଲ୍‌ପିଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୬ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କା ହେବ। ମୁମ୍ବାଇରେ ଏବେ ଏହା ୧୬୭୪.୫୦ ଟଙ୍କା ପରିବର୍ତ୍ତେ ୧୬୧୬ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୨୩.୫୦ ଟଙ୍କା ପରିବର୍ତ୍ତେ ୧୮୮୧ ଟଙ୍କା ହେବ। ବାଣିଜ୍ୟିକ ସିଲିଣ୍ଡର ଶସ୍ତା ହେବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking