27.1 C
Bhubaneswar
Sunday, September 8, 2024
Homeଓଡିଶାସୃଷ୍ଟି ହେଲା ଲଘୁଚାପ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ସୃଷ୍ଟି ହେଲା ଲଘୁଚାପ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର:  କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର କେତେକାଂଶରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ କହିଛନ୍ତି ଯେ ଲଘୁଚାପ  ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ବାତ୍ୟା ନେଇ ବର୍ତ୍ତମାନ ଓଡ଼ିଶା ପାଇଁ କୌଣସି ସତର୍କତା ଜାରି ହୋଇନାହିଁ । ଗ୍ଲୋବାଲ ଫରକାଷ୍ଟିଂ ସିଷ୍ଟମ ବାତ୍ୟା ସୃଷ୍ଟି ହେବା ଏବଂ କେଉଁଠି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପୂର୍ବାନୁମାନ କରିଛି ।

ଆକଳନ ଅନୁସାରେ ଲଘୁଚାପ ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ୪ ତାରିଖ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ । ଡିସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି । ତେବେ ଲଘୁଚାପ ଅବପାତରେ ପରିଣତ ହେବା, ଏହାର ଗତି, ଦିଗ ଓ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking