27.1 C
Bhubaneswar
Saturday, July 27, 2024
Homeଓଡିଶାଆସୁଛି ବଡ ଲଘୁଚାପ, ଜୋରରେ ଛେଚିବ ବର୍ଷା

ଆସୁଛି ବଡ ଲଘୁଚାପ, ଜୋରରେ ଛେଚିବ ବର୍ଷା

ଆସୁଛି ଆଉ ଏକ ବଡ ଲଘୁଚାପ । ଯାହାଫଳରେ ଖୁବ ଜୋରରେ ବର୍ଷା ହେବ ।  ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପାସାଗର ଅଞ୍ଚଳରେ ଲଘୁଚାପର ସମ୍ଭାବନା । ଯାହାଫଳରେ ଅକ୍ଟୋବର ପହିଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏଥିପାଇଁ  ପାଗ ଅନୁକୂଳ ରହିଛି । ଏହା ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍‌ାନକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସେହିପରି  ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟାରେ ବଜ୍ରପାତ ନେଇ ୨୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ରାଜ୍ୟରେ ନିଅଣ୍ଟିଆକୁ ଭରଣା କରିପାରେ ଲଘୁଚାପ ବର୍ଷା । ମୌସୁମୀ ଋତୁରେ ଜୁନ ପହିଲାରୁ ଏଯାଏ ୧୦୮୧ ମିମି ବର୍ଷା ହୋଇଛି । ଯାହାକି ଏହି ସମୟ ମଧ୍ୟରେ ସ୍ବାଭାବିକ ବର୍ଷା ୧୧୧୪.୬ ମିମି ତୁଳନାରେ ୩ ପ୍ରତିଶତ କମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking