37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଶୋଇବାର ୩ ଘଣ୍ଟା ପୂର୍ବରୁ କମ୍ ଆଲୋକରେ ରହିଲେ ଗର୍ଭାବସ୍ଥାରେ ରହିବନି ମଧୁମେହ ବିପଦ

ଶୋଇବାର ୩ ଘଣ୍ଟା ପୂର୍ବରୁ କମ୍ ଆଲୋକରେ ରହିଲେ ଗର୍ଭାବସ୍ଥାରେ ରହିବନି ମଧୁମେହ ବିପଦ

ନୂଆଦିଲ୍ଲୀ: ଆମେ ଜାଣିଛେ ଯେ, ଲାଇଟ୍ ବନ୍ଦ ହେଲେ ଭଲ ନିଦ ହୋଇଥାଏ । ଅନ୍ଧକାର ରୁମ୍ ବା କଠୋରୀରେ ଗୁଣାତ୍ମକ ନିଦ ହୁଏ । ଜାଣନ୍ତି କି ? ଏହି ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ମଧ୍ୟ ସୁପ୍ରଭାବ ପକାଇଥାଏ । ଗର୍ଭାବସ୍ଥା ସମୟରେ ଏହି ଅଭ୍ୟାସ ମଧୁମେହ ଭଳି ଜଟିଳ ସମସ୍ୟାକୁ ମଧ୍ୟ ରୋକିପାରିବ । ଆଜ୍ଞା ହଁ, ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । ଯଦି ଜଣେ ଗର୍ଭବତୀ ମହିଳା ଶୋଇବାର ୩ ଘଣ୍ଟା ପୂର୍ବରୁ ଡିମ୍ ଲାଇଟ୍ ଅର୍ଥାତ୍ କମ୍ ଆଲୋକରେ ରୁହନ୍ତି ତେବେ ତାଙ୍କର ମଧୁମେହ ଆଶଙ୍କା ହ୍ରାସ ପାଇପାରେ ।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଘରର ଅନ୍ୟାନ୍ୟ ଆଲୋକକୁ କମ୍ କରିବା ସହ ଯଦି କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍ ଲାଇଟ୍‌କୁ ବନ୍ଦ କରି ଦିଆଯାଏ ତେବେ ଗର୍ଭବତୀ ମହିଳା ମଧୁମେହ ବିପଦରୁ ରକ୍ଷା ପାଇପାରିବେ । ଆମେରିକାର ଉତ୍ତର-ପଶ୍ଚିମ(ନର୍ଦନ୍‌ୱେଷ୍ଟର୍ଣ୍ଣ) ବିଶ୍ୱବିଦ୍ୟାଳୟ ଏହି ଅନୁସନ୍ଧାନ କରିଛି । ଆମେରିକାନ୍ ଜର୍ଣ୍ଣାଲ ଅଫ୍ ଅବଷ୍ଟ୍ରେଟିକ୍ସ(ପ୍ରସୂତି ଚିକିତ୍ସା) ଆଣ୍ଡ (ଗାଇନାକ୍ଲୋଜିଷ୍ଟ)ସ୍ତ୍ରୀ ରୋଗ ବିଶେଷଜ୍ଞ ମେଟରନାଲ୍ ଫିଟଲ୍ ମେଡିସିନ୍‌ରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି ।

ଫଳାଫଳରୁ ଜଣାପଡିଲା ଯେ, ଶୋଇବା ପୂର୍ବରୁ ଯେଉଁ ମହିଳାମାନେ ଆଲୋକ ସଂସ୍ପର୍ଶରେ ଆସୁଥିଲେ ସେମାନଙ୍କର ଅନ୍ୟମାନଙ୍କ ଅପେକ୍ଷା ମଧୁମେହ ବିପଦ ଅଧିକ । ଯେଉଁମାନେ ଶୋଇବାର ୩ ଘଣ୍ଟା ପୂର୍ବରୁ କମ୍ ଆଲୋକ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କର ଏହି ବିପଦ କମ୍ ଥିଲା । ଏହି ଅନୁସନ୍ଧାନରେ ମୋଟ ୭୪୧ ଜଣ ଗର୍ଭବତୀ ମହିଳାଙ୍କ ଉପରେ ପରୀକ୍ଷା କରାଯାଇଥିଲା । ସେମାନଙ୍କର ଗର୍ଭଧାରଣ ସମୟର ଦ୍ୱିତୀୟ ତ୍ରମାସିକରେ ଅର୍ଥାତ୍ ୬ ମାସରୁ ୯ ମାସର ଅବଧି ମଧ୍ୟରେ ପରୀକ୍ଷା କରାଯାଇଥିଲା ।

ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, ଶୋଇବା ପୂର୍ବରୁ ଆଲୋକର ସଂସ୍ପର୍ଶରେ ଆସିବା ହାଇପରାକ୍ଟିଭିଟି ମାଧ୍ୟମରେ ଗ୍ଲୁକୋଜ ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇପାରେ, ଅର୍ଥାତ୍ ଶୋଇବା ପୂର୍ବରୁ ହୃଦୟର ଗତି ବଢିଥାଏ, ମାତ୍ର ସାଧାରଣ କ୍ଷେତ୍ରରେ ଏହା କମ୍ ରହିବା କଥା ।

ଅନୁସନ୍ଧାନ ହୋଇଥିବା ବିଶ୍ବବିଦ୍ୟାଳୟର ସ୍ନାୟୁବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ମିନଜୀ କିମ କହିଛନ୍ତି ଯେ, “ଉଜ୍ଜ୍ୱଳ ଆଲୋକର କେଉଁ ଉତ୍ସ ଏହି ସମସ୍ୟା ସୃଷ୍ଟି କରେ ତାହା ବୈଜ୍ଞାନିକମାନେ ଜାଣିପାରି ନାହାନ୍ତି, କିନ୍ତୁ ଶୋଇବାର ତିନି ଘଣ୍ଟା ପୂର୍ବରୁ ଆଖପାଖରେ ଥିବା ଆଲୋକକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମୟ ମଧ୍ୟରେ କମ୍ପ୍ୟୁଟର କିମ୍ବା ଫୋନ୍ ବ୍ୟବହାର ନକରିବା ଭଲ, ଯଦି ବ୍ୟବହାର କରିବା ନିହାତି ଆବଶ୍ୟକ ଥାଏ, ତେବେ ସ୍କ୍ରିନ୍ ଲାଇଟ୍‌କୁ ଯଥା ସମ୍ଭବ କମ୍ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking