20.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗବୟସ୍କଙ୍କ ପାଇଁ ନିମ୍ନ ରକ୍ତଚାପ ହୋଇପାରେ ବିପଦ ଜନକ, ପଢନ୍ତୁ କିପରି

ବୟସ୍କଙ୍କ ପାଇଁ ନିମ୍ନ ରକ୍ତଚାପ ହୋଇପାରେ ବିପଦ ଜନକ, ପଢନ୍ତୁ କିପରି

ଭୁବନେଶ୍ୱର: ସାଧାରଣ ଭାବରେ ଉଚ୍ଚ ରକ୍ତଚାପ ଅର୍ଥାତ ହାଇପରଟେନସନ କୁ ସର୍ବଦା ବିପଦପୂର୍ଣ୍ଣ ବୋଲି ଧରାଯାଏ । ଅନ୍ୟପଟେ ନିମ୍ନ ରକ୍ତଚାପକୁ ଏଡାଇ ଦିଆଯାଏ । ସୁସ୍ଥ ବ୍ୟକ୍ତିଙ୍କ ନିକଟରେ ଯଦି ନିମ୍ନ ରକ୍ତଚାପ ସ୍ତର ବହୁତ ତଳକୁ ନଗଲା ତାହେଲେ ଏହାକୁ ସଠିକ ଭାବରେ ଏହାକୁ ମଧ୍ୟ ଜାଣିହୁଏ ନାହିଁ । ବୟସ୍କ ବ୍ୟକ୍ତିଙ୍କ ପାଇଁ ନିମ୍ନ ରକ୍ତଚାପ ଚିନ୍ତାର କାରଣ ପାଲଟିଥାଏ । ରକ୍ତଚାର ସ୍ତର ଯଦି ସେମାନଙ୍କ ନିକଟରେ ଅଧିକମାତ୍ରାରେ କମ୍ ହୋଇଯାଏ, ତେବେ ଏହା ତାଙ୍କ ଜୀବନ ମଧ୍ୟ ନେଇପାରେ । ଶରୀରରେ ଯଦି ରକ୍ତଚାପ ମାପ ୧୨୦/୮୦ ରହିଛି, ତାହେଲେ ଏହା ସାମାନ୍ୟ । ମାତ୍ର ଏହା ବଦଳରେ ଯଦି ଏହା ୯୦/୬୦ ରୁ ବି ଅଧିକ ତଳକୁ ଖସିଯାଏ, ତାହେଲେ ଏହା ହେଉଛି ଲୋ ବ୍ଲଡ ପ୍ରେସର ବା ନିମ୍ନ ରକ୍ତଚାପ । ଏହାର ଅର୍ଥ, ଏବଳି ସ୍ଥିତିରେ ହୃଦୟ, ମସ୍ତିଷ୍କ ଓ ଅନ୍ୟାନ୍ୟ ଅଙ୍ଗରେ ରକ୍ତ ପ୍ରବାହ କମ୍ ହେଉଛି । ଏପରି ହେବା ଦ୍ୱାରା ସେହିସବୁ ଅଙ୍ଗରେ ଅମ୍ଳଜାରଯୁକ୍ତ ରକ୍ତ ପହଂଚି ପାରେନାହିଁ । ଆଉ ଯଦି ଏପରି ହୁଏ, ସେହି ଅଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ କାମ କରେନାହିଁ । ସେଥିପାଇଁ ବୟସ୍କଙ୍କ ନିକଟରେ ଯଦି ଏମିତି ସ୍ଥିତି ଆସିଯାଏ, ତେବେ ଏହା ବେଶ କ୍ଷତିକାରକ ଓ ବିପଦପୂର୍ଣ୍ଣ ହୋଇଥାଏ । ଲୋ ବ୍ଲଡ ପ୍ରେସର ଦ୍ୱାରା ହାର୍ଟ ଆଟାକ ଓ ଷ୍ଟ୍ରୋକ ହେବା ସମ୍ଭାବନା ବଢିଥାଏ । ଖାଲି ଏତିକି ନୁହେଁ, ଏହା ମସ୍ତିଷ୍କକୁ ବି ପ୍ରଭାବିତ କରେ । ଫଳରେ ମଣିଷ ମୃତ୍ୟୁମୁଖରେ ପଡିପାରେ । ସେଥିପାଇଁ ଏଭଳି ସ୍ଥିତିରେ ବ୍ୟକ୍ତି ଜଣକ ତୁରନ୍ତ ନିଜ ଜୀବନଶୈଳୀରେ ପରିବର୍ତନ କରିବା ଉଚିତ୍ ।
ପ୍ରଥମେ ଆପଣ ପ୍ରତିଦିନ ବ୍ୟାୟାମ କରିବା ଜରୁରୀ । ଫଳରେ ଏହାଦ୍ୱାରା ରକ୍ତ ସବୁ ଅଙ୍ଗରେ ପ୍ରବେଶ କରିଥାଏ ।
ନିଜ ଖାଇବାରେ ଲୁଣର ସେବନ ବଢାନ୍ତୁ ।
ନିମ୍ନ ରକ୍ତଚାପ ଜଣାପଡିବା ପରେ କମ୍ ମାତ୍ରାରେ ଖାଆନ୍ତୁ । କାରଣ ଖାଇବା ପରେ ଲୋ ବ୍ଲଡ ପ୍ରେସର ଆହୁରି ଲୋ ହୋଇଯାଏ । ସେଥିପାଇଁ କମ୍ ଖାଆନ୍ତୁ, ମାତ୍ର ବାରମ୍ବାର ଖାଆନ୍ତୁ ।
ଏହି ସମୟରେ ଅଁଳା ଖାଇବା ଫାଇଦାକାରୀ ହୋଇଥାଏ । ଗୋଟିଏ କପ ଅଁଳା ରସରେ ଗୋଟିଏ ଚାମଚ ମହୁ ମିଶାଇ ପିଅନ୍ତୁ ।
କଫି ଓ କ୍ୟାଫେନଯୁକ୍ତ ଚା ପିଇବା ଦ୍ୱାରା ବ୍ଲଡ ପ୍ରେସର ବଢିଥାଏ । ଯେତେବେଳେ ଆପଣ ଅନୁଭବ କରିବେ ଯେ, ଆପଣଙ୍କ ବିପି କମ୍ ହେଉଛି, ସେହି ସମୟରେ ଆପଣ ଗୋଟିଏ କପ୍ କଫି ପିଅନ୍ତୁ ।
ଭିଟାମିନ ବି୧୨ରେ ଭରପୂର ଥିବା ଖାଦ୍ୟ ପଦାର୍ଥ ଯେମିତିକି ଅଣ୍ଡା, ଚିକେନ, ମାଛ ଓ ଡାଏରୀ ଉତ୍ପାଦ ଖାଆନ୍ତୁ । ଭିଟାମିନ ବି୧୨ ଶରୀରରେ ଲାଲ ରକ୍ତ କୋଷିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking