15.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀଯୁଗଳ

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀଯୁଗଳ

ଭୋପାଳ : ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ବିହାର ମୁଜାଫରପୁରରେ ଜିଲ୍ଲାର କାଜୀ ମହମ୍ମଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଉଇ ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀ ଅଞ୍ଜଳୀ ଗତକାଲି ଆତ୍ମହତ୍ୟା କରିଛନ୍ତି । ପ୍ରେମିକାର ମୃତ୍ୟୁ ଖବର ଶୁଣିବା ମାତ୍ରେ ଜୟପୁରର ପ୍ରେମିକ ବିବେକ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମାମଲାରେ ବିବେକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଅଞ୍ଜଳିଙ୍କ ପରିବାର ଲୋକେ ତାଙ୍କୁ ନାନା ହଇରାଣ କରୁଥିଲେ । ତେଣୁ ଏଥିରେ ଅତିଷ୍ଠ ହୋଇ ପ୍ରାଣ ହରାଇଥିଲେ । ଏହି ଘଟଣାରେ ବିବେକରର ଭାଇ ରାହୁଲ କହିଛନ୍ତି ଯେ, ଅଞ୍ଜଳିର ଭାଇ ହିଁ ନିଜେ ବିବେକକୁ ଅଞ୍ଜଳିର ଆତ୍ମହତ୍ୟା ବିଷୟରେ ଫୋନ କରି ଖବର ଦେଇଥିଲେ । ଏହି ଖବର ଶୁଣିବା ମାତ୍ରେ ବିବେକ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, ବୁଧବାର ରାତିରେ ଅଞ୍ଜଳି ଓ ବିବେକଙ୍କ ଶେଷ କଥା ସମୟରେ ମୁଜାଫରପୁରର ଜଣେ ଯୁବତୀ କନଫେରେନ୍ସରେ ରହିଥିଲେ । ଏହି ଘଟଣାକୁ ନେଇ ଯୁବତୀ ଜଣକ କହିଛନ୍ତି ଯେ, କଥାବାର୍ତ୍ତା ସମୟରେ ବିବେକ-ଅଞ୍ଜଳିଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିବେକଙ୍କ ଭାଇ ରାହୁଲ କହିଛନ୍ତି ଯେ, ବିବେକ ଓ ଅଞ୍ଜଳିଙ୍କ ସମ୍ପର୍କ ଅଷ୍ଟମ ଶ୍ରେଣୀରୁ ରହିଥିଲା । ସେମାନେ ଏକାଠି ଓରିଏଣ୍ଟ କ୍ଲବରେ ଏକ ବିଦ୍ୟାଳୟରେ ପାଠ ପଢୁଥିଲେ । ସେ ଅଞ୍ଜଳିଙ୍କ ସହ ମଧ୍ୟ ଫୋନରେ ଅନେକ ଥର କଥା ହୋଇଥିଲେ । ବିବେକ ଇଞ୍ଜିନିୟରିଂ କରିବା ପାଇଁ ଚାରି ବର୍ଷ ପୂର୍ବେ ଜୟପୁର ଯାଇଥିଲେ । ସେ ଏପ୍ରିଲରେ ଘରକୁ ଆସିବାର ଥିଲା । ଅଞ୍ଜଳିର ମୃତଦେହ ଘରର ଏକ ବନ୍ଦ କୋଠରୀରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଠରୀ ବନ୍ଦ ଥିବା ଦେଖି ପରିବାର ସଦସ୍ୟ ପୋଲିସକୁ ସୂଚନା ଦେଇଥିଲେ । ପରିବାର ସଦସ୍ୟଙ୍କ ସୂଚନାକୁ ଆଧାର କରି କାଜୀ ମହମ୍ମଦପୁର ପୋଲିସ ଷ୍ଟେସନର ସବ ଇନ୍ସପେକ୍ଟର ଶଶି କୁମାର ଭାଗବତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking