27.8 C
Bhubaneswar
Monday, April 7, 2025
Homeଅପରାଧପ୍ରେମିକାର ଦୁଆରେ ପ୍ରେମିକର ଆତ୍ମହତ୍ୟା

ପ୍ରେମିକାର ଦୁଆରେ ପ୍ରେମିକର ଆତ୍ମହତ୍ୟା

ମୟୁରଭଞ୍ଜ :  ଘଟଣାଟି ଶୁଣିଲେ ସିନେମାର କାହାଣୀ ଭଳି ଲାଗିବ। କିନ୍ତୁ ବାସ୍ତବରେ ଦେଖିବାକୁ ମିଳିଛି ଏହି ଘଟଣା। ନିଜ ପ୍ରେମର ଗଭୀରତା ପ୍ରେମିକା ଏବଂ ପ୍ରେମିକାର ପରିବାର ନିକଟରେ ପ୍ରମାଣ କରିବାକୁ ଯାଇ ହାରିଲା ଜୀବନ। ପ୍ରେମକୁ ନିଜ ବାହୁବନ୍ଧନରେ ପାଇବା ଆଗରୁ ଚାଲିଗଲା ଜୀବନ। ପ୍ରେମରେ ଅନ୍ଧ ହୋଇ ପ୍ରେମିକାର ଦୁଆରେ ପ୍ରେମିକର ଆତ୍ମହତ୍ୟା । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରୁ । କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜନୈକ ମୁସଲମାନ ସମ୍ପ୍ରଦାୟର ଝିଅକୁ ସେହି ସମ୍ପ୍ରଦାୟର ପୁଅ ଭଲପାଇ ଆଜି ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବହଳାଗୁଡା ଅଞ୍ଚଳର ସହେଲ ନାମକ ଜନୈକ ଯୁବକ ଗତକାଲି ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ପ୍ରେମିକାକୁ ଦେଖା କରିବା ପାଇଁ ଆସିଥିଲା। ହେଲେ ପ୍ରେମିକାର ପରିବାର ପକ୍ଷରୁ ବାରଣ କରିବାରୁ ହତାଶ ପ୍ରେମିକ, ପ୍ରେମିକାର ଦୁଆରରେ ହିଁ ଫିନାଇଲ ଏବଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ସମ୍ପର୍କୀୟମାନେ ସାହିଲକୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ ଆଣିଥିଲେ । ମାତ୍ର ଏଠାରେ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଖବରପାଇ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଏକ ମାମଲା ରୁଜୁ ସହ ଶବ ଜବତ କରି ଅଧିକ ତଦନ୍ତ କରୁଛି। ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲା ସେନେଇ ପୋଲିସର ତଦନ୍ତ ଜାରି ରହିଛି । ପ୍ରେମ ପବିତ୍ର ଏବଂ ଶାଶ୍ୱତ ଏହାକୁ ଆଜି ପ୍ରମାଣ କରି ଦେଖାଇ ଦେଇଛନ୍ତି ଏଇ ମୁସଲମାନ ଯୁବକ ଜଣକ । ପ୍ରେମ ପାଇଁ ଜଣେ ପ୍ରେମିକା ଦୁଆରେ ଆତ୍ମହତ୍ୟା କରିବ କେହି ବିଶ୍ଵାସ କରୁନଥିଲେ ବି ନିଜ ପ୍ରେମ ପାଇଁ ଯୁବକ ଜଣକ ପ୍ରେମିକା ଦୁଆରେ ଆତ୍ମହତ୍ୟା କରିଥିବା ଘଟଣାକୁନେଇ ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking