25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶପ୍ରେମିକାର ‘ବିଷାକ୍ତ’ ଷଡ଼ଯନ୍ତ୍ର; ସାପ ଚୋଟରେ ନେଲା ପ୍ରେମିକର ଜୀବନ

ପ୍ରେମିକାର ‘ବିଷାକ୍ତ’ ଷଡ଼ଯନ୍ତ୍ର; ସାପ ଚୋଟରେ ନେଲା ପ୍ରେମିକର ଜୀବନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ହଲଦ୍ୱାନୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବହୁଚର୍ଚ୍ଚିତ ବ୍ୟବସାୟୀ ଅଙ୍କିତ ଚୌହାନ ହତ୍ୟାକାଣ୍ଡ ମାମଲାରେ ପୋଲିସ ବଡ଼ ରହସ୍ୟ ଉନ୍ମୋଚନ କରିଛି। ଅଙ୍କିତଙ୍କ ପ୍ରେମିକା ହିଁ ତାଙ୍କର ହତ୍ୟାକାରୀ ଥିଲା ବୋଲି ପୋଲିସ କହିଛି। ସାପ ଚୋଟରେ ପ୍ରେମିକକୁ ହତ୍ୟା କରିଥିଲା ପ୍ରେମିକା। ଜୁଲାଇ ୧୫ରେ ଏକ କାର୍‌ ଭିତରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଖୋଳତାଡ଼ ପରେ ପୋଲିସ ମୃତଦେହକୁ ଚିହ୍ନଟ କରିଥିଲା। ଏହା ହଲଦ୍ୱାନୀର ବ୍ୟବସାୟୀ ଅଙ୍କିତ ଚୌହାନଙ୍କର ବୋଲି ଜଣାପଡ଼ିଥିଲା। ପୋଲିସ ସୂଚନା ଅନୁସାରେ, ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୫ ଜଣ ଅଭିଯୁକ୍ତ ଅଛନ୍ତି। ମହିଳାଙ୍କ ନାଁ ଡଲି ଓରଫ୍‌ ମାହି। ସେ ହିଁ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ।

ଅଙ୍କିତଙ୍କ ଗୋଡ଼ରେ ସାପ ଚୋଟ ପକାଇ ତାଙ୍କୁ ହତ୍ୟା କରିଥିଲେ। ଏହି ପୂରା ଘଟଣାରେ ଜଣେ ସାପୁଆଙ୍କୁ ବ୍ୟବହାର କରାଯାଇଥିଲା, ଯିଏ ସାପ ଧରି ଆସିଥିଲେ ଏବଂ ଅଙ୍କିତଙ୍କ ଗୋଡ଼ରେ ସାପର ଚୋଟ ପକାଇଥିଲେ। ଫଳରେ ସାପ କାମୁଡ଼ାରେ ଘଟଣାସ୍ଥଳରେ ହିଁ ଅଙ୍କିତଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପୋଲିସ ଏହି ଘଟଣାରେ ସାପୁଆ ରାମନାଥଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଚଳାଇଛି। ଅଙ୍କିତ ଓ ମାହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏହାର ସୁଯୋଗ ନେଇ ମାହି ଦୀର୍ଘ ଦିନ ଧରି ଅଙ୍କିତଙ୍କୁ ବ୍ଲାକମେଲ କରି ତାଙ୍କଠାରୁ ମୋଟା ଅର୍ଥରାଶି ନେଉଥିଲେ। ହେଲେ ପରେ ମାହି ଅଙ୍କିତଙ୍କଠାରୁ ଦୂରେଇ ଯିବାକୁ ଚାହିଁଥିଲେ। କିନ୍ତୁ ଅଙ୍କିତ ମାହିଙ୍କୁ ଲଗାତାର ଭାବେ ଭେଟୁଥିଲେ। ଏଥିରେ ବିରକ୍ତି ହୋଇ ମାହି ସବୁଦିନ ପାଇଁ ଅଙ୍କିତଙ୍କୁ ରାସ୍ତାରୁ ସଫା କରିଦେବାକୁ ଷଡ଼ଯନ୍ତ୍ର ରଚିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking