23.1 C
Bhubaneswar
Wednesday, January 15, 2025
Homeଅପରାଧଯୌତୁକ ପାଇଁ ମାରିଦେଲେ ଝିଅକୁ, ସ୍ୱାମୀ ଓ ଶ୍ୱଶୁର ଫେରାର

ଯୌତୁକ ପାଇଁ ମାରିଦେଲେ ଝିଅକୁ, ସ୍ୱାମୀ ଓ ଶ୍ୱଶୁର ଫେରାର

ଓଡ଼ଗାଁ: ପୁଣି ସାମ୍ନାକୁ ଆସିଛି ବଧୂ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ବଧିସାହି ଗ୍ରାମରେ। ଘଟଣା ଘଟାଇ ସ୍ୱାମୀ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ଶରଣକୁଳ ଥାନରେ ଅଭିଯୋଗ କରିଛନ୍ତି। ବଧିସାହି ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ତପନ ପ୍ରଧାନ (୩୦) ବୈଦିକ ରୀତିନୀତିରେ ନୂଆଗାଁ ଥାନା ଜିଗିନୀପଡା ଗ୍ରାମର ଭିକାରି ସ୍ବାଇଁଙ୍କ ଝିଅ ମୋନାଲିସା ସ୍ଵାଇଁ (୨୧)ଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଏକ ଶିଶୁପୁତ୍ର ଜନ୍ମଗ୍ରହଣ କରିଛି। ସ୍ୱାମୀ ତପନ ସ୍ତ୍ରୀକୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲା ।

ତେବେ ଗତକାଲି ସକାଳ ୯ଟା ସମୟରେ ତପନ ପ୍ରଧାନ ଶଶୁରଙ୍କୁ ଫୋନ ଯୋଗେ ତାଙ୍କ ଝିଅ କବାଟ ଦେଇ ଘର ଭିତରେ ଥିବା ଏବଂ କବାଟ ଖୋଲୁନଥିବା କଥା ଜଣାଇଥିଲେ। ଫୋନ ଶୁଣି ମୋନାଲିସାଙ୍କ ବାପା ଭିକାରି ସ୍ୱାଇଁ ଝିଅର ଶାଶୁ ଘରେ ପହଞ୍ଚିଥିଲେ। ଭିକାରି ଘରେ ପହଞ୍ଚିବା ପରେ ଘରର କବାଟ ଖୋଲାଥିବା ଓ ତାଙ୍କ ଝିଅ ଖଟ ଉପରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଭିକାରି ଶରଣକୁଳ ଥାନାରେ ଝିଅକୁ ଯୌତୁକ ଦାବି କରି ଜୀବନରେ ମାରିଦେଇଥିବା ଅଭିଯୋଗ କରିବା ପରେ ଶରଣକୁଳ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା, ଏସ ଡି ପିଓ କିରଣ ହେମ୍ରମ୍ ଏବଂ ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking