ନୂଆପଡ଼ା: ସିନାପାଲି ରେଞ୍ଜ ନଙ୍ଗଲବୋଡ଼ ଗ୍ରାମରେ କିଛି ଲୋକ ଏକ ଜୀବନ୍ତ ବଜ୍ରକାପ୍ତ ଓ ୨.୭ ଗ୍ରାମ କାତି ଧରି ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ସିନାପାଲି ବନ ଅଧିକାରୀମାନେ ଚଢ଼ଉ କରି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା । ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରେଞ୍ଜର ଶ୍ରୀ ପଣ୍ଡା କହୁଥିବା ବେଳେ ବର୍ତ୍ତମାନ ଖଡ଼ିଆଳ ଏସିଏଫ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।