ଫୁଲବାଣୀ : ପାଟ୍ରୋଲିଂ ସମୟରେ ୯୪ ଲିଟର ବିଦେଶୀ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ପୁଲିସ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଗୋଚ୍ଛା ପଡ଼ା ରାସ୍ତା ଘାଟି ସାହି ଛକ ରାସ୍ତାରେ ଫିରିଙ୍ଗିଆ ରୁ ଗୋଚ୍ଛା ପଡ଼ା ଅଞ୍ଚଳକୁ ଯାଉଥିବା ଏକ କାରକୁ ଅଟକାଇବା ପରେ ସେଥିରେ ବିଦେଶୀ ମଦ ଚାଲାଣ ହେଉଥିବା ଜଣା ପଡ଼ିଥିଲା । ଘଟଣା ସ୍ଥଳରୁ ୯୪ ଲିଟର ବିଦେଶୀ ମଦ ଜବତ କରିବା ସହ ବିଦେଶୀ ମଦ ଚାଲାଣ ଅଭିଯୋଗରେ ଗଛା ପଡ଼ା ଥାନା ଅଞ୍ଚଳର ସ୍ଵାଧୀନ ସାହୁ ଏବଂ ଚେମ୍ବୃ ବେହେରାକୁ ଗିରଫ କରିଥିବା ବେଳେ ଫିରିଙ୍ଗିଆ ଥାନରେ ବିଦେଶୀ ମଦ ଚାଲାଣ ସଂକ୍ରାନ୍ତରେ ୨୪/୨୩ ରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି ପୁଲିସ। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।