ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୮ ଘଣ୍ଟା ଧରି ଜେରା ପରେ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ଗତ ରାତିରେ ସେ ସିବିଆଇ କାର୍ଯ୍ୟାଳୟରେ ଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ମନୀଷଙ୍କ ଗିରଫ ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ବିଜେପି ଦିଲ୍ଲୀ ସରକାରଙ୍କ ପ୍ରତି ଇର୍ଷାପରାୟଣ ହୋଇପଡ଼ିଛି । ଦିଲ୍ଲୀର ବିକାଶ ମଡେଲ ଦେଖି ସହିପାରୁନି ବିଜେପି । ଏଥିରେ ବାଧା ଆଣିବା ପାଇଁ ବିଜେପି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି । ସେପଟେ ଗିରଫ ପ୍ରତିବାଦରେ ସିବିଆଇ କାର୍ଯ୍ୟାଳୟ ଆଗରେ ଆପ କର୍ମୀ ହଙ୍ଗାମା କରିଛନ୍ତି । ୟୁପିରେ ଆଜି ପ୍ରତି ଜିଲ୍ଲାରେ ବିକ୍ଷୋଭ କରିବ ଆମ ଆଦମୀ ପାର୍ଟି । ଗତକାଲି ପଚରାଉଚରା ବେଳେ ଦଳ ପକ୍ଷରୁ ସନ୍ଦେହ କରାଯାଇଥିଲା ଯେ ମନୀଷଙ୍କୁ ଗିରଫ କରାଯାଇପାରେ । ଏଭଳି ଗିରଫକୁ ଦଳ ପକ୍ଷରୁ ସମାଲୋଚନା କରାଯାଇଥିବା ବେଳେ ବିଜେପି ପକ୍ଷରୁ ମିଛରେ ଫଶାଇ ଦିଆଯାଇଛି ବୋଲି ଆପ୍ କହିଛି ।