31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗବିବାହ କାର୍ଡ ଖୋଲିବା ମାତ୍ରେ ବାହାରିଲା..

ବିବାହ କାର୍ଡ ଖୋଲିବା ମାତ୍ରେ ବାହାରିଲା..

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ବାହାଘରର ନିମନ୍ତ୍ରଣ କାର୍ଡ ଏବେ ଭାଇରାଲ ହେଉଛି । ଏହି କାର୍ଡ ଏବେ ଚର୍ଚ୍ଚାରେ ରହିଛି । କାରଣ କାର୍ଡ ଖୋଲିବା ପରେ ଏଥିରୁ ଯାହା ବାହାରୁଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କାର୍ଡରେ ମଦ ବୋତଲ ସହିତ ଚାଖଣା ମଧ୍ୟ ରଖାଯାଇଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଛି । କାର୍ଡର ପ୍ରଥମ ପୃଷ୍ଠାରେ ଶ୍ରୀଗଣେଷଙ୍କ ଫଟୋ ଚିତ୍ର ରହିଛି । ଏହାର ପରବର୍ତ୍ତୀ ପୃଷ୍ଠାରେ ବିବାହ ସମ୍ବନ୍ଧୀୟ ତାରିଖ ଓ ସୂଚନା ପ୍ରଦାନ କରାଯାଇଛି । ଏହାପରେ ଯାହା ସାମ୍ନାକୁ ଆସେ ତାହା ଆପଣଙ୍କୁ ଚକିତ କରିଦେବ । ଏହାର ଶେଷ ପୃଷ୍ଠାରୁ ମଦ ବୋତଲ ସହିତ ଚାଖଣା ବାହାରିଛି । ଖାଲି ଏତିକି ନୁହେଁ, ଏହା ସହ ମିନେରାଲ ପାଣି ବୋତଲ ବି ରହିଛି । ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଶ୍ଚର୍ଯ୍ୟକର କଥା ହେଲା ଯେ, ଯେଉଁଠି ମଦ ବନ୍ଦ ହୋଇଛି ସେହି ଜାଗାର ଏହି ଘଟଣା । ଏବେ ଏହା ସାମ୍ନାକୁ ଆସିବା ପରେ ମଦ ବନ୍ଦ ଉପରେ ମଧ୍ୟ ପ୍ରଶ୍ନ ବି ଉଠୁଛି । ଲୋକେ ଏହା ଉପରେ ବିଭିନ୍ନ ପ୍ରକାରର ମତ ପୋଷଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking