30.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶବଜ୍ରପାତ ନେଲା ୩ ଖେଳାଳିଙ୍କ ଜୀବନ

ବଜ୍ରପାତ ନେଲା ୩ ଖେଳାଳିଙ୍କ ଜୀବନ

ଝାରଖଣ୍ଡର ସିମଡେଗା ଜିଲ୍ଲାର କୋଲିବିରା ଅଞ୍ଚଳର ଜପଳା ଆରସି ସ୍କୁଲର ଖେଳ ପଡ଼ିଆରେ ଘଟିଛି ଅଭାବନୀୟ ଘଟଣା । ଆୟୋଜିତ ହୋଇଥିଲା ହକି ଖେଳ, କ୍ରୀଡା ପ୍ରଦର୍ଶନ ନିମନ୍ତେ ଖେଳାଳି ମାନେ ମଧ୍ୟ ପ୍ରସ୍ତୁତ ଥିଲେ, ହେଲେ ଏଭଳି ଅଭାବନୀୟ ଘଟଣା ଘଟିବ ବୋଲି କେହି ଆଶା କରିନଥିଲେ । ମ୍ୟାଚ ଆରମ୍ଭ ପୂର୍ବରୁ ହଠାତ ମାଡିଆସିଥିଲା କାଳ ମେଘ । ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇ ୩ଟି ଖେଳାଳିଙ୍କ ଜୀବନ ଚାଲିଗଲା । ପ୍ରବଳ ବର୍ଷା ଯୋଗୁଁ ଲୋକ ମାନେ ଅନ୍ୟତ୍ର ଆଶ୍ରୟ ନେଇଥିଲେ ହେଲେ ଖେଳାଳି ପଡିଆରେ ଥିବା ବେଳେ ବଜ୍ରପାତ ହୋଇଥିଲା । ଏହା ପରେ ୩ଖେଳାଳି ଚେତା ଶୂନ୍ୟ ହୋଇପଡିଥିଲେ । ସେମାନଙ୍କୁ ସଂଗେ ସଂଗେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking