ଭୁବନେଶ୍ୱର : ଋତୁତ୍ରାବ ପାଇଁ ମହିଳାଙ୍କୁ ମିଳିବ ଗୋଟିଏ ଦିନ ଛୁଟି । ସରକାରୀ ଏବଂ ଘରୋଇ କର୍ମଚାରୀଙ୍କୁ ମିଳିବ ସୁବିଧା । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ସୂଚନା । ଯେ କୌଣସି ଗୋଟିଏ ଦିନ ଛୁଟି ନେଇପାରିବେ ମହିଳା । ଏହି ଛୁଟି ଅପସ୍ନାଲ ରହିବ ବୋଲି କହିଛନ୍ତି ପ୍ରଭାତୀ ପରିଡା । କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ମାସିକ ଧର୍ମର ପ୍ରଥମ କିମ୍ବା ତୃତୀୟ ଦିନ ଏହି ଛୁଟି ନେଇପାରିବେ ।










