30.1 C
Bhubaneswar
Tuesday, May 5, 2026
Homeଓଡିଶାଶଙ୍ଖ ଭବନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଶଙ୍ଖ ଭବନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ଅଠସ୍ତରୀ ତମ ସ୍ୱାଧୀନତା ଦିବସ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ସମାରୋହ ସହକାରେ ପାଳିତ ହୋଇଯାଇଛି।
ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଳୟ ପରିସର ରେ ଜାତୀୟ ପତାକା ଉତୋଳନ କରିଥିଲେ। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ସଭା ରେ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ। ଏହି ଅବସରରେ ଶ୍ରୀ ପଟନାୟକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦାୟାଦ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ୱ ମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଓ କିରଣ ବାଳା ମହାନ୍ତି ଙ୍କ କନ୍ୟା ସୁମିତ୍ରା ଜେନା, ଧାମନଗର ର ବିଶିଷ୍ଟ ସଂଗ୍ରାମୀ ମୁରଲୀଧର ଜେନାଙ୍କ ବୋହୁ ମମତା ଜେନା । ବିଶିଷ୍ଟ ସଂଗ୍ରାମୀ ନୀଳମଣି ସାମଲ ଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ , ବେଗୁନିଆ ଗାନ୍ଧୀ ନୀଳକଣ୍ଠ ମିଶ୍ର ଙ୍କ ପୁତ୍ର ଶିବନାରାୟଣ ମିଶ୍ର, ଭଦ୍ରକ ତାଳପଡା ର ବିଶିଷ୍ଟ ସଂଗ୍ରାମୀ କୃପାସିନ୍ଧୁ ଦାଶ ଙ୍କ ନାତୁଣୀ କିରଣ ବାଳା ଦାଶ,ଏରସମା ର ବିଶିଷ୍ଟ ସଂଗ୍ରାମୀ ଭୀମଚରଣ ଦାସ ଙ୍କ ପୁତ୍ର ଶିବବ୍ରତ ଦାସ ଭୁବନେଶ୍ୱର ଲଷ୍ମୀସାଗର ର ବିଶିଷ୍ଟ ସଂଗ୍ରାମୀ ଝୁଲ ଲେଙ୍କା ଙ୍କ ପୁତ୍ର ବିଜୟ ଲେଙ୍କା,ବଡ଼ଚଣା ର ବିଶିଷ୍ଟ ସଂଗ୍ରାମୀ ଭିକାରୀ ଚରଣ ମହାନ୍ତି ଙ୍କ ପୁତ୍ର ପ୍ରମେଶ ମହାନ୍ତି ଏବଂ ବିଶିଷ୍ଟ ସଂଗ୍ରାମୀ ହରି ବାରିକ ଙ୍କ ପୁଅ ହିମାଂଶୁ ବାରିକ ଙ୍କୁ ସଭାପତି ଶ୍ରୀ ନବୀନ ପଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ତଥା ରାଜ୍ୟ ର ଗୌରବ ବୃଦ୍ଧି ପାଈଁ କାମ କରିବାକୁ ପରାମର୍ଶ ଦେଇଥିଲେ। ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରାରମ୍ଭ ରେ କବିବର ରାଧାନାଥ ରାୟ ଙ୍କ ପ୍ରସିଦ୍ଧ ସର୍ବେସାଂ ନୋ ଜନନୀ ଭାରତ ସଂଗୀତ ଗାନ କରାଯାଇଥିଲା ଏବଂ ଭକ୍ତକବି ମଧୁସୂଦନ ଦାସ ଙ୍କ ଲୋକପ୍ରିୟ ତୁହି ମା ଜନମ ଭୂମି ପବିତ୍ର ଉତ୍କଳ ଭୂମି ସଂଗୀତ ସହ ସଭା ସାଙ୍ଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜେଡି ବିଧାୟକ , କର୍ମକର୍ତ୍ତା, ଭୁବନେଶ୍ୱର ମେୟର ପୂର୍ବତନ ମନ୍ତ୍ରୀ ବିଧାୟକ,କର୍ପୋରେଟର ଓ ଦଳୀୟ କର୍ମୀ ମାନେ ବହୁସଂଖ୍ୟା ରେ ସାମିଲ ହୋଇ ଭାରତ ମାତାଙ୍କ ବନ୍ଦନା କରିଥିଲେ। ନବୀନ ନିବାସ ଠାରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ସ୍କୁଲ ପିଲା ମାନଙ୍କ ଗହଣ ରେ ପତାକା ଉତ୍ତୋଳନ କରି ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking