31.1 C
Bhubaneswar
Saturday, October 10, 2026
Homeଓଡିଶାବଜ୍ରପାତ ନେଲା ୩ ଜୀବନ

ବଜ୍ରପାତ ନେଲା ୩ ଜୀବନ

ପୁରୀ : ବଜ୍ରପାତ ନେଲା ୩ ଜୀବନ। ରାଜ୍ୟର ପୃଥକ ସ୍ଥାନରେ ବଜ୍ରାଘାତରେ ଦୁଇ ମହିଳାଙ୍କ ସମେତ ଆଖି ବୁଜିଲେ ୩ ଜଣ। ପୁରୀ ଜିଲ୍ଲା ଗୋପ ଥାନା ଡିହସାହିରେ ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସରସ୍ୱତୀ ସ୍ୱାଇଁ ଓ ଅନ୍ୟ ଜଣେ ଛେଳି ଚରାଳି । ସରସ୍ୱତୀ ସ୍ୱାଇଁ ନିଜ ସମ୍ପର୍କୀୟଙ୍କ ଦଶାହ କର୍ମରେ ଯୋଗଦେବାକୁ ଯାଇଥିଲେ। ମାତ୍ର ସେତେବେଳେ ବଜ୍ରପାତ ମାରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଜଣେ ମହିଳା ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କର ଅକାଳ ବିୟୋଗ ହୋଇଛି। ଅନ୍ୟପଟେ କୋରାପୁଟ ନନ୍ଦପୁର ବ୍ଲକ୍ ବାଡେଲ ଓ ମାଳିବେଲଗାଁ ପଞ୍ଚାୟତରେ ବଜ୍ରାଘାତରେ ଜଣେ ଯୁବକଙ୍କ ସମେତ ୪ଟି ବଳଦଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ମାଝୀପୁଟ ଗାଁର ଶେଖ ଅବଦୁଲ୍ । ବର୍ଷା-ପବନ ଯୋଗୁଁ ସେ ଆମ୍ବ ଗଛ ମୂଳରେ ଛିଡ଼ା ହୋଇଥିଲେ। ମାତ୍ର ଉକ୍ତ ସମୟରେ ବଜ୍ରପାତ ମାରିବାରୁ ସେ ସେଠାରେ ହିଁ ଟଳି ପଡ଼ିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking