28.1 C
Bhubaneswar
Friday, June 13, 2025
Homeଅପରାଧବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଚାଲିଥିଲା ଡିଲ୍, ମାଡିବସିଲା ଏସଟିଏଫ୍; ୨ ଗିରଫ

ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଚାଲିଥିଲା ଡିଲ୍, ମାଡିବସିଲା ଏସଟିଏଫ୍; ୨ ଗିରଫ

ରାୟଗଡ଼ା: ଚାଲିଥିଲା ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଡିଲ୍ । ହଠାତ ମାଡିବସିଲା ଏସଟିଏଫ୍ ଟିମ୍ । ବ୍ରହ୍ମପୁର- ରାୟଗଡ଼ା ରାସ୍ତା ଆଖୁସିଂ ଛକରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସଟିଏଫ୍। ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ବେପାରୀମାନେ ହେଲେ ସାମସାନ ରାଇତା ଓ ଅସମିନ୍ ଶବର ଗିରଫ। ଗିରଫ ପରେ ଅଭିଯୁକ୍ତଙ୍କୁ ଗୁଣୁପୁର SDJMଙ୍କ ନିକଟରେ ହାଜର କରାଯାଇଥିଲା । କେସ ନମ୍ବର ୨୯, ଦଫା ୩୭୯, ୪୧୧, ୧୨୦ବି ରେ କୋର୍ଟଚାଲାଣ କରିଛି ଏସଟିଏଫ୍ । ସୂଚନାନୁଯାୟୀ, ଏକ ଜୀବନ୍ତ ବଜ୍ରକାପ୍ତାକୁ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ସାଜି ମାଡିବସିଲା ଏସଟିଏଫ ଟିମ୍। ବ୍ରହ୍ମପୁର- ରାୟଗଡ଼ା ରାସ୍ତା ଆଖୁସିଂ ଛକରୁ ଏସଟିଏଫ୍ ଦୁଇ ବେପାରୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking