ନୂଆପଡ଼ା : ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜ୍ଜା । ୨୦୧୯ରେ ଖଡ଼ିଆଳ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଦଣ୍ଡ ଶୁଣାଯାଇଛି । ଦୋଷୀ ଟଙ୍କଧର ଭୋଇଙ୍କୁ ଆଜୀବନ ସଜ୍ଜା ଶୁଣାଇଲେ ନୂଆପଡ଼ା ଏଡିଜେ । ଆଜିବନ ସଜ୍ଜା ସହ ୨୦ ହଜାର ଜରିମାନା ଶୁଣାଇଛନ୍ତି । ଜରରିମାନା ଅନାଦେୟ ହେଲେ ଆଉ ବର୍ଷେ ଜେଳ୍ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି । ପୀଡ଼ିତାଙ୍କୁ ୬ଲକ୍ଷ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।