ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ନୟନତାରା । କିଙ୍ଗ୍ ଖାନଙ୍କ ଅଭିନୀତ ଫିଲ୍ମ ‘ଜଓ୍ବାନ୍’ ସିନେମାରେ ବଲିଉଡରେ ଡେବ୍ୟୁ କରିଥିଲେ। ଯାହାକୁ ନେଇ ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ଲାଇମ ଲାଇଟରେ ଅଛନ୍ତି । ‘ଜଓ୍ବାନ୍’ରେ ଅଭିନେତ୍ରୀଙ୍କୁ ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ନୟନତାରାଙ୍କ ଅଭିନୟକୁ ଦର୍ଶକ ଖୁବ୍ ତାରିଫ କରିଥିଲେ। ତେବେ, ଆପଣ ଜାଣିଛନ୍ତି କି ନୟନତାରା କେତେ କୋଟି ସମ୍ପତ୍ତିର ମାଲିକାଣୀ । ତାଙ୍କ ପାଖରେ କେତୋଟି ପ୍ରାଇଭେଟ୍ ଜେଟ୍ ରହିଛି । ଏବଂ ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ କେତେ କୋଟି ଚାର୍ଜ କରନ୍ତି । ଆସନ୍ତୁ ସେ ବିଷୟରେ ବିସ୍ତୁତ ଭାବରେ …
ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ନୟନତାରା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୫ରୁ ୧୦ କୋଟି ନେଇ ଥାଆନ୍ତି। ଏହା ସହ ତାଙ୍କ ପାଖରେ ଏକ ପ୍ରାଇଭେଟ୍ ଜେଟ୍ ରହିଛି । ଏହି ପ୍ରାଇଭେଟ୍ ଜେଟ୍ ଦାମ୍ ୫୦ କୋଟି। ଏହା ସହ ସେ ଚେନ୍ନାଇରେ ଏକ ଲକଜୁରିୟସ୍ ଆପାର୍ଟମେଣ୍ଟ ମଧ୍ୟ କିଣିଛନ୍ତି । ତାଙ୍କର କେରଳ , ହାଇଦ୍ରାବାଦ୍ ଓ ମୁମ୍ବାଇରେ ମଧ୍ୟ ଭିଲ୍ଲା ରହିଛି। ଏହା ସହ ସେ ନିଜ ସ୍ବାମୀ ଭିଗନେଶ ସିବନ ଓ ନିଜ ଦୁଇ ଛୁଆଙ୍କ ସହ ହ୍ରାଇଦ୍ରାବାଦରେ ଏକ ଲକଜୁରୀୟସର୍ସ ଆପାର୍ଟମେଣ୍ଟରେ ରୁହନ୍ତି । ଯାହାର ଦାମ୍ ୧୦୦ କୋଟି ହେବ। ଏହି ଲକଜୁରୀୟସର୍ସ ଆପାର୍ଟମେଣ୍ଟରେ ସିନେମା ହଲ୍, ଜିମ୍, ସୁଇମିଙ୍ଗ୍ ପୁଲ୍ ରହିଛି । ସେହିପରି ଅଭିନେତ୍ରୀଙ୍କର ହ୍ରାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଦୁଇଟି ଆପାର୍ଟମେଣ୍ଟ ରହିଛି । ଯାହାର ଦାମ୍ ୩୦ କୋଟି ହେବ।
ସେହିପରି ଅଭିନେତ୍ରୀ ଲକଜୁରୀୟସ୍ କାର ଚଢିବାକୁ ପସନ୍ଦ କରନ୍ତି । ତାଙ୍କ ପାଖରେ BMW 7 ର ଏକ ଗାଡି ରହିଛି । ଯାହାର ଦାମ୍ ୧.୭୬ କୋଟି । ସେହିପରି, Mercedes GLS 350 D ରହିଛି । ଏହାର ଦାମ୍ ଏକ କୋଟି ହେବ। ସେହିପରି, BMW 5s , Ford Endeavor ଓ Innova Crysta କାର୍ ରହିଛି । ଯାହାର ଦାମ୍ କୋଟି କୋଟି ଟଙ୍କା ହେବ। ଏହାସହ ନୟନତାରାଙ୍କର ଏକ ଲିପ୍ ବାମ୍ କମ୍ପାନୀ ରହିଛି । ଯାହା ୨୦୨୧ ମସିହାରୁ ଆରମ୍ଭ ହୋଇଛି । ଏହାସହ ତାଙ୍କର ଏକ tea-selling snack bar ମଧ୍ୟ ରହିଛି । ଏହାସହ ସେ Rowdy Pictures Bannerର ମାଲିକାଣୀ ମଧ୍ୟ ଅଟନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନୟନତାରାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୦୦ କୋଟି ହେବ।