21.1 C
Bhubaneswar
Monday, January 27, 2025
Homeଖ୍ରୀଷ୍ଟମାସ୍‌-୨୦୨୩ଆସନ୍ତୁ ଜାଣିବା ଖ୍ରୀଷ୍ଟମାସରେ କାହିଁକି ଲାଲ ରଙ୍ଗର ପୋଷାକ ପିନ୍ଧାଯାଏ?

ଆସନ୍ତୁ ଜାଣିବା ଖ୍ରୀଷ୍ଟମାସରେ କାହିଁକି ଲାଲ ରଙ୍ଗର ପୋଷାକ ପିନ୍ଧାଯାଏ?

ଭୁବନେଶ୍ବର : ବଡ଼ଦିନରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ଏଥିପାଇଁ ରାଜଧାନୀରେ ଦେଖାଗଲାଣି ପ୍ରବଳ ଉତ୍ସାହ ଉଦ୍ଦୀପନା। ଖ୍ରୀଷ୍ଟ ଧର୍ମାବଲମ୍ବନକାରୀମାନେ ବଡ଼ଦିନ ପାଳନ କରିବାକୁ ପୂରା ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଆପଣ ଲକ୍ଷ୍ୟ କରିଥିବେ ଖ୍ରୀଷ୍ଟମାସ ବା ବଡ଼ଦିନରେ ଅଧିକାଂଶ ଲୋକ ଲାଲ ରଙ୍ଗର ପୋଷାକ ପିନ୍ଧିଥାନ୍ତି। କିନ୍ତୁ ଏହା ପଛରେ କାରଣ କ’ଣ ରହିଛି ଜାଣନ୍ତି କି?

ଜାଣନ୍ତୁ କାହିଁକି ପିନ୍ଧାଯାଏ ଲାଲରଙ୍ଗର ପୋଷାକ…

ଖ୍ରୀଷ୍ଟମାସରେ ଲାଲରଙ୍ଗର ପୋଷାକକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି ବିଶ୍ଵାସ କରାଯାଏ। ଏହା ଯୀଶୁଙ୍କ ଅନ୍ୟମାନଙ୍କ ପ୍ରତି ଥିବା ସ୍ନେହକୁ ଦର୍ଶାଇଥାଏ। ଅନ୍ୟପକ୍ଷେ ଏହି ଲାଲ ରଙ୍ଗ ଜରିଆରେ ଯୀଶୁ ସମସ୍ତଙ୍କୁ ମାନବତାର ପାଠ ପଢ଼ାଇବାକୁ ଚାହୁଁଥିଲେ ବୋଲି ବିଶ୍ୱାସ ରହିଛି। ଲାଲ ରଙ୍ଗ ଖୁସିର ରଙ୍ଗ ବୋଲି ଯୀଶୁ କହୁଥିଲେ ବୋଲି ମାନ୍ୟତା ରହିଛି। ଏହାବ୍ୟତୀତ ଆଉ ଏକ କାରଣ ମଧ୍ୟ ରହିଛି। ହୋଲି ବେରୀଜ ଏକ ପ୍ରକାର ଗଛ। ଯେଉଁଥରେ ଲାଲ ରଙ୍ଗର ଫୁଲ ଫୁଟିଥାଏ। ଏହି ଫୁଲ ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କ ପ୍ରିୟ। ସେଥିପାଇଁ ଏହି ପବିତ୍ର ଅବସରରେ ସମସ୍ତେ ଲାଲ ରଙ୍ଗର ପୋଷାକ ଓ ଟୋପି ପିନ୍ଧିଥାନ୍ତି। ଏହି ପବିତ୍ର ଦିନଟିରେ ଭଗବାନ ଯୀଶୁ ଧରାବତରଣ କରିଥଲେ। ଏହା ଖ୍ରୀଷ୍ଟିୟାନମାନଙ୍କ ପର୍ବ ହୋଇଥିଲେ ମଧ୍ୟ ଏହି ପର୍ବକୁ ଏବେ ସବୁଧର୍ମର ଲୋକେ ପାଳନ କରୁଛନ୍ତି। ଦିନଟିକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଲୋକେ ପରସ୍ପରକୁ ଉପହାର ବି ଦେଇଥାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking