ନୂଆଦିଲ୍ଲୀ: ସୁସ୍ଥ ଶରୀର ପ୍ରତ୍ୟେକ ମଣିଷର ସ୍ବପ୍ନ ଅଟେ। ଆଜିକାଲିର ବ୍ୟସ୍ତବହୁଳ ଓ କର୍ମମୟ ଜୀବନ ମଧ୍ଯରେ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ । ଏପରି ପରିସ୍ଥିତିରେ ଶରୀର ବହୁ ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ଆବଶ୍ୟକ କରିଥାଏ। ତେବେ ଶରୀରକୁ ଉପକାର କରୁଥିବା ଏକ ଫଳ ହେଉଛି ସପୁରୀ ।
ସପୁରୀରେ ଭରପୂର ମାତ୍ରାରେ ଭିଟାମିନ୍ ସି, କପର, ଫୋଲେଟ୍, ଭିଟାମିନ୍ ବି-୬, ଭିଟାମିନ୍ ବି-୧, କ୍ୟାଲସିୟମ୍, ଫସଫରସ୍, କୋଲାଇନ୍ ଓ ମ୍ୟାଗ୍ନେସିୟମ ରହିଥାଏ । ତେବେ ପ୍ରତିଦିନ ସପୁରୀ ଖାଇବା ବା ଏହାର ରସ ପିଇବା ସ୍ବାସ୍ଥ୍ୟ ପକ୍ଷେ ବେଶ ହିତକର ହୋଇଥାଏ । ସପୁରୀ ଜୁସ୍ ପ୍ରତିରୋଧକ ଶକ୍ତି ଓ ହଜମ ପାଇଁ ବେଶ ଉପଯୋଗୀ ଅଟେ । ଏହା ବୋମେଲାଇନର ଏକ ଉତ୍ସ ଅଟେ । ତେବେ ଆସନ୍ତୁ ଜାଣିବା ଶରୀରକୁ କେଉଁ ସବୁ ଫାଇଦା ଦେଇଥାଏ ସପୁରୀ ଜୁସ୍ ।
ପ୍ରତିରୋଧକ ଶକ୍ତି ବଢାଏ- ପ୍ରତିଦିନ ସପୁରୀ ଜୁସ୍ ପିଇବାଦ୍ବାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ । ଯାହା ଫଳେରେ ଆମ ଶରୀର ରୋଗ ସହ ଲଢିବାକୁ ସକ୍ଷମ ହୋଇଥାଏ ।
ବ୍ରଣ ଦୂର କରେ– ସପୁରୀ ରସ ପିଇବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାସହ ତ୍ବଚା ଉଜ୍ଜଳ ଓ ସଫା ହୋଇଥାଏ ।
ତ୍ବଚାକୁ କରେ କୋମଳ – ବୟସ ବଢିବା ସହିତ ଚର୍ମ ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍ ପିଅନ୍ତି, ତେବେ ଆପଣଙ୍କ ତ୍ୱଚା ସୁସ୍ଥ ଓ କୋମଳ ରହିବ ।