20.1 C
Bhubaneswar
Wednesday, January 15, 2025
Homeସରସ୍ୱତୀ ପୂଜା -2024ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀର ପୌରାଣିକ ମହତ୍ୱ ବିଷୟରେ ...

ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀର ପୌରାଣିକ ମହତ୍ୱ ବିଷୟରେ …

ଭୁବନେଶ୍ୱର : ସୃଷ୍ଟି ଆରମ୍ଭ ସମୟରେ ଭଗବାନ ବିଷ୍ଣୁଙ୍କୁ ଆଜ୍ଞାରୁ ବ୍ରହ୍ମା ମନୁଷ୍ୟ ଯୋନିର ରଚନା କରିଥିଲେ କିନ୍ତୁ ବ୍ରହ୍ମା ନିଜର ସର୍ଜନାରେ ସନ୍ତୁଷ୍ଟ ନଥିଲେ। ଏହିସମୟରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଆଜ୍ଞା ପାଇ କମଣ୍ଡଳୁରୁ ଜଳ ବାହାର କରି ଧରିତ୍ରୀ ଉପରେ ପୃଥିବୀ ଉପରେ ଛିଞ୍ଚିଥିଲେ, ଯାହା ଦ୍ବାରା ପୃଥିବୀରେ କମ୍ପନ ହେବା ସହ ଅଦ୍ଭୁତ ଶକ୍ତି ରୂପରେ ଚର୍ତୁଭୂଜ ବିଶିଷ୍ଟ ସୁନ୍ଦର ସ୍ତ୍ରୀ ପ୍ରକଟ ହୋଇଥିଲେ ଯାହାଙ୍କ ହାତରେ ବୀଣା ଏବଂ ଅନ୍ୟ ହସ୍ତରେ ବର ମୁଦ୍ରା ଧାରଣ କରିଥିଲୋ ସେହିଭଳି ଅନ୍ୟ ଦୁଇ ହସ୍ତରେ ପୁସ୍ତକ ଏବଂ ମାଳି ଧାରଣ କରିଥିଲୋ ଏହାପରେ ଦେବୀ ସରସ୍ବତୀଙ୍କ ବୀଣାର ମଧୁର ଧ୍ବନୀରୁ ସଂସାରରେ ସମସ୍ତ ଜୀବ-ଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥିଲା ପୁରାଣ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ମାଁ ସରସ୍ବତୀଙ୍କ ଉପରେ ଖୁସି ହୋଇ ବସନ୍ତ ପଞ୍ଚମୀ ଦିନ ଜନ୍ମ ଦିବସ ପାଳନ କରିବା ପାଇଁ ବରଦାନ ଦେଇଥିଲେ ।ପୁରାଣ ଅନୁସାରେ ଏକଦା ବ୍ରହ୍ମା ସମଗ୍ର ବିଶ୍ବ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସମଗ୍ର ବିଶ୍ବ ଉଦାସୀନ ଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ । ଆଉ ବିଷ୍ଣୁଙ୍କ ଆଗରେ ସମସ୍ତ କଥା ପ୍ରକାଶ କରିଥିଲେ । ଏହା ଶୁଣିବା ପରେ ବିଷ୍ଣୁ ଭଗବାନ ବ୍ରହ୍ମାଙ୍କୁ କହିଥିଲେ କି ଆପଣ ଦେବୀ ସରସ୍ବତୀଙ୍କ ନିକଟକୁ ଯାଆନ୍ତୁ । ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ସେ ହିଁ କରିପାରିବେ । ଏହା ସହିତ ବ୍ରହ୍ମା ନିଜ କମଣ୍ଡଳରୁ ପୃଥିବୀପୃଷ୍ଠକୁ ପାଣି ଛିଞ୍ଚାଡ଼ିଥିଲେ । ଏହି ଜଳକଣା ପଡ଼ିବା ପରେ ହାତରେ ବୀଣା, ପୁସ୍ତକ, ଓ ମାଳା ଚାରି ହସ୍ତର ଶକ୍ତି ଉଭା ହୋଇଥିଲେ । ବ୍ରହ୍ମା ବୀଣାର ତାରକୁ ଛୁଇଁବା ପରେ ସମଗ୍ର ବିଶ୍ବରେ ଏକ ହସଖୁସିର ଲହରୀ ଖେଳିଯାଇଥିଲା । ସକ୍ରିୟ ହୋଇଉଠିଥିଲେ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜଗତ । ସେବେଠାରୁ ବସନ୍ତ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking