15.1 C
Bhubaneswar
Wednesday, January 22, 2025
Homeପଣା ସ୍ରଂକାନ୍ତି - ୨୦୨୪ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିର ପୌରାଣିକ ମହତ୍ତ୍ବ...

ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିର ପୌରାଣିକ ମହତ୍ତ୍ବ…

ଭୁବନେଶ୍ୱର : ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି। ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ। ଆଜିର ଦିନରେ ଓଡ଼ିଆଣୀ ମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖିଥାନ୍ତି। ଏହା ତଳେ ଏକ ଛୋଟ ଛିଦ୍ର ଥାଏ। ଉକ୍ତ ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ। ଏହି ଦିନ ଓଡ଼ିଶାରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଓଡ଼ିଆ ଲୋକେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନୋସ୍କାମନା ପୂରଣ କରିଥାନ୍ତି। ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking