27.1 C
Bhubaneswar
Friday, July 11, 2025
Homeଓଡିଶାମଣ୍ଡପରେ ପାଠପଢ଼ା, ଗଛମୂଳେ ମଧ୍ୟାହ୍ନ ଭୋଜନ: ରୋଷେୟାଙ୍କ ଘର ପାଲଟିଛି ରୋଷେଇଶାଳ

ମଣ୍ଡପରେ ପାଠପଢ଼ା, ଗଛମୂଳେ ମଧ୍ୟାହ୍ନ ଭୋଜନ: ରୋଷେୟାଙ୍କ ଘର ପାଲଟିଛି ରୋଷେଇଶାଳ

ଫୁଲବାଣୀ : ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ରାଜ୍ୟରେ ଆରମ୍ଭ ହୋଇଥିବା ୫-ଟି ଅନ୍ତର୍ଗତ ସ୍ମାର୍ଟ ସ୍କୁଲରେ ମାତ୍ର କିଛିଦିନ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟକୁ ଚକାଚକ କରାଯାଉଛି । କିନ୍ତୁ କନ୍ଧମାଳ ଜିଲାରେ ଏଭଳି ଅନେକ ବିଦ୍ୟାଳୟ ମଧ୍ୟରୁ ଗୋଟିଏ ବିଦ୍ୟାଳୟ ଅଛି ଯେଉଁ ବିଦ୍ୟାଳୟ ୫ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ । ଫଳରେ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ୩୭ ଜଣ ଛାତ୍ରଛାତ୍ରୀ ଗ୍ରାମର ଏକ ମଣ୍ଡପରେ ପାଢ ପଢୁଥିବା ବେଳେ ଏକ ଗଛମୂଳେ ଖାଉଛନ୍ତି ମଧ୍ୟାହ୍ନ ଭୋଜନ ।

ପାଣିପାଇଁ ଯାଉଛନ୍ତି କୋଷେଦୂର । କେବଳ ସେତିକି ନୁହେଁ ଆଜି ପର୍ଯ୍ୟନ୍ତ ସାମାନ୍ୟ ରୋଷେଇ ଘରଟିଏ ମଧ୍ୟ ନିର୍ମାଣ ହୋଇନଥିବା ଯୋଗୁଁ ରୋଷେୟା ନିଜ ଦୟାରେ ଘରେ ରୋଷେଇ କରି ଆଣି ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ମଧ୍ୟାହ୍ନ ଭୋଜନ । ଏଭଳି ଏକ ବିଦ୍ୟାଳୟ ହେଉଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅ”ର୍ଗତ ସୁଡ଼ୁରୁକୁମ୍ପା ପଞ୍ଚାୟତର ଗେଟାମୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାର ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି ଏହା ହେଉଛି ଏକ ଉଦାହରଣ ବୋଲି ମଧ୍ୟ କୁହାଯାଇଛି । ୨୦୧୯ରେ ନିର୍ମାଣ ହୋଇଥିବା ଉକ୍ତ ବିଦ୍ୟାଳୟ ଗୃହ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରୁନାହିଁ ।

ପୂର୍ବରୁ ଏକ ଭଙ୍ଗା କୁଡ଼ିଆରେ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ଗ୍ରାମ ମଣ୍ଡପରେ ଚାଲିଛି ବିଦ୍ୟାଳୟ । ବର୍ଷ ବର୍ଷ ଧରି ସ୍କୁଲ ଗୃହ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି । ଗେଟାମୁଣ୍ଡା ଗ୍ରାମରେ ୩୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ତେବେ ସ୍କୁଲ ଗୃହ ନିର୍ମାଣ ପାଇଁ ୨୦୧୯ରେ ଖଜୁରିପଡ଼ା ପଂଚାୟତ ସମିତି ପକ୍ଷରୁ ୨ ଲକ୍ଷ ୧୨ ହଜାର ୩୫୦ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ଆଜି ପର୍ଯ୍ୟନ୍ତ କିନ୍ତୁ କାମ ସରୁନାହିଁ । ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅବଗତ କରିଥିଲେ ହେଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଗ୍ରାମର ଭାଗବତ ପ୍ରଧାନ, ରାଜ ବେହେରା, ଭଜମନ ପ୍ରଧାନ, ବିଜୟ ପ୍ରଧାନ, ଚିତ୍ରସେନ ପ୍ରଧାନ ଓ ଅନ୍ୟମାନେ ପ୍ରକାଶ କରିବା ସହିତ ଆବଶ୍ୟକ ସ୍ଥଳେ ଆନ୍ଦୋଳନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ।

ବିଦ୍ୟାଳୟର ଛାତ୍ରଛାତ୍ରୀ ନାନା ସମସ୍ୟାରେ ଗତି କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରନ ବେହେରା ପ୍ରକାଶ କରିଥିବା ବେଳେ ୩ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ମାତ୍ର ନିଜେ ପ୍ରଧାନ ଶିକ୍ଷକଙ୍କର ହିଁ ଦେଖାମିଳିଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଖଜୁରିପଡ଼ା ବିଡିଓ ରବୀନ୍ଦ୍ରନାଥ କହଁର କହିଛନ୍ତି ଯେ ଏହି ସମସ୍ୟା ତାଙ୍କ ନଜରକୁ ଆସିନାହିଁ । ଏ ଦିଗରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଜିଲାପାଳ ଏ ଦିଗରେ ଦୃଷ୍ଟିଦେବା ଆବଶ୍ୟକ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking