22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶକୁନୋରେ ବଢୁଛି ଚିତା ମୃତ୍ୟୁ; କାରଣ ଖୋଜୁଛି ସ୍ବତନ୍ତ୍ର ଟିମ୍

କୁନୋରେ ବଢୁଛି ଚିତା ମୃତ୍ୟୁ; କାରଣ ଖୋଜୁଛି ସ୍ବତନ୍ତ୍ର ଟିମ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ବଢ଼ିବାରେ ଲାଗିଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ମୃତ୍ୟୁସଂଖ୍ୟା । ଏ ନେଇ ଚିନ୍ତା ବଢିଥିବା ବେଳେ ମୃତ୍ୟୁର କାରଣ ଖୋଜିବା ଲାଗି ତଦନ୍ତ ଆରମ୍ଭ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) । ଏ ନେଇ ଅନ୍ତର୍ଜାତୀୟ ସ୍ତରର ଚିତା ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଉଥିବା ଏନଟିସିଏ କହିଛି । ଦକ୍ଷିଣ ଆଫ୍ରିକା ନାମିବ୍ୟାର ପଶୁ ଡାକ୍ତରଙ୍କ ସହିତ ଆଲୋଚନା ଚାଲିଥିବା ଏନଟିସିଏ ପକ୍ଷରୁ କୁହାଯାଇଛି ।

କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ୨୦ଟି ଚିତା ମଧ୍ୟରୁ ଏଯାବତ ୮ ଚିତାଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତ ଅନୁସାରେ ଏହି ମୃତ୍ୟୁ ଆକସ୍ମିକ ନୁହେଁ, ବରଂ ଏହା ପ୍ରାକୃତିକ ମୃତ୍ୟୁ ବୋଲି କହିଛି ଏନ୍ଟିସିଏ । ହେଲେ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଏହି ଚିତାମାନଙ୍କ ମୃତ୍ୟୁ ରେଡିଓ କଲାର (ଟ୍ରାକିଂ ପାଇଁ ପଶୁଙ୍କ ବେକରେ ବନ୍ଧାଯାଇଥିବା ଏକ ବ୍ୟାଣ୍ଡ) ଯୋଗୁଁ ଘଟୁଛି ବୋଲି ଦର୍ଶାଯାଇଛି । ମାତ୍ର ତାହା କୌଣସି ବୈଜ୍ଞାନିକ ଅନୁସନ୍ଧାନ ଦ୍ବାରା କୁହାଯାଇନାହିଁ । କେବଳ ସନ୍ଦେହ କରି ଲେଖାଯାଇଛି । ମାତ୍ର ଏହି ମୃତ୍ୟୁ ପ୍ରାକୃତିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking